ମଝି ଆକାଶରେ ମୁହାଁମୁହିଁରୁ ବର୍ତ୍ତିଲେ ୩ ବିମାନ

0

ମୁମ୍ବଇ : ଏକ ବିରଳ ଘଟଣାକ୍ରମରେ ତିନିଟି ବିମାନ ମଝି ଆକାଶରେ ମୁହାଁମୁହିଁ ହେବାରୁ ବର୍ତ୍ତି ଯାଇଛନ୍ତି। ଏୟାର ଟ୍ରାଫିକ କଂଟ୍ରୋଲ‌ର ବାରମ୍ବାର ସୂଚନା ଦ୍ବାରା ଏହି ଦୁର୍ଘଟଣାକୁ ଏଡାଯାଇଛି। ବିମାନ ତିନିଟି ଡଚ, ତାଇୱାନ ଓ ଆମେରିକାର ବିମାନ କମ୍ପାନୀର ବୋଲି ଜଣାପଡିଛି। ଯେଉଁଥିରେ ଶହ ଶହ ସଂଖ୍ୟାରେ ଯାତ୍ରୀ ରହିଥିଲେ। ଡିସେମ୍ବର ୨୩ରେ ହୋଇଥିବା ଏହି ଘଟଣା ଉପରେ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ଇନଫରମେସନ ରିଜନରେ ଏହା ଘଟିଥିଲା।

Leave A Reply