www.samajalive.in
Tuesday, December 9, 2025
15.1 C
Bhubaneswar

ହରଭଙ୍ଗା ପ୍ୟାକ୍ସରୁ ୨୮୦ ବସ୍ତା ଧାନ ଜବତ, ଦଲାଲ ଫେରାର

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ପ୍ୟାକ୍ସରୁ ବୁଧବାର ବିନା ଟୋକନରେ ପଡିଥିବା ୨୮୦ବସ୍ତା ଧାନକୁ ବୌଦ୍ଧ ସ୍କ୍ୱାର୍ଡ ଟିମ ଜବତ କରିଥିଲା। କାର୍ଯ୍ୟାନୁଷ୍ଠାନ ଭୟରେ ଦଲାଲର ପଛଘୁଂଚା ଯୋଗୁଁ ଗୁରୁବାର ଯୋଗାଣ ବିଭାଗ ଉପସ୍ଥିତିରେ ମଣ୍ଡିରୁ ସମସ୍ତ ଜବତ ଧାନକୁ ଉଠାଯାଇଥିବା ଜଣାପଡିଛି। ଆଜି ସକାଳେ ବୌଦ୍ଧ ଏ.ଆର.ସି.ଏସ ଭୀମସେନ ସାହୁ, ବୌଦ୍ଧ ଏସ.ସି.ଏସ ଓ ବିଷ୍ଣୁ ପ୍ରସାଦ ପ୍ରଧାନ, କ୍ୱାଲିଟି ଆନାଲିଷ୍ଟ ସଂଜୟ କୁମାର ଗୌଡ, ହରଭଙ୍ଗା ଯୋଗାଣ ନୀରିକ୍ଷକ ଦୀପକ କହଁର ପ୍ରମୁଖ ହରଭଙ୍ଗା ପ୍ୟାକ୍ସରେ ପଂହଚିଥିଲେ। ସେମାନଙ୍କ ଉପସ୍ଥିତିରେ ଜବତ ହୋଇଥିବା ଧାନର ମାନ ପରୀକ୍ଷା କରାଯାଇଥିଲା। ଏହା ସହିତ ଜବତ ଧାନବସ୍ତାଗୁଡିକୁ ଓଜନ ପରେ ୧୨୯ କ୍ୱିଂଟାଲ ଧାନ ଥିବା ଜଣାପଡିଥିଲା। ଶେଷରେ ପୁରୁଣାକଟକ ରାଣୀସାତୀ ରାଇସ ମିଲର ଏକ ଟ୍ରକ ଯୋଗେ ଜବତ ଧାନବସ୍ତାଗୁଡିକୁ ମିଲକୁ ନିଆଯାଇଥିବା ଜଣାପଡିଛି।

- Advertisement -

ଏ ସଂର୍ପକରେ ବୌଦ୍ଧ ଏସ.ସି.ଏସ.ଓ ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ପଚାରିବାରୁ ଗତ ବୁଧୁବାର ଜବତ ହୋଇଥିବା ସମସ୍ତ ୧୨୯ କ୍ୱିଂଟାଲ ଧାନକୁ ମଣ୍ଡିରୁ ଉଠେଇନେଇ ମିଲକୁ ଦିଆଯାଇଛି। ଗତ ୮ ତାରିଖ (ଶୁକ୍ରବାର) ହରଭଙ୍ଗା ପ୍ୟାକ୍ସରୁ ଟୋକନ ଅନୁସାରେ ଧାନକ୍ରୟ କରାଯାଇ ମଣ୍ଡିରୁ ସବୁ ଧାନ ଉଠିସାରିଥିଲା। ମାତ୍ର ଜାନୁୟାରୀ ୧୫ରେ ଧାନକ୍ରୟ ତାରିଖ ଥିବାବେଳେ କିଏ ଓ କାହିଁକି ୧୧ ତାରିଖରୁ ପ୍ୟାକ୍ସ କର୍ମଚାରୀଙ୍କ ଅଜାଣତରେ ଧାନବସ୍ତା ଗଦା କଲା ଏହା ଉପରେ ତଦନ୍ତ ଚାଲିଛି। ଏ ବାବଦରେ ଆମେ ଜିଲ୍ଲାପାଳଙ୍କୁ ଅବଗତ କରେଇବୁ ସେ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି।

ଏ ସଂର୍ପକରେ ବୌଦ୍ଧ ଏ.ଆର.ସି.ଏସ ଭୀମସେନ ସାହୁଙ୍କୁ ପଚାରିବାରୁ ଆଜି ମଣ୍ଡିରୁ ଜବତ ଧାନ ଲିଫ୍ଟିଙ୍ଗ ବେଳେ ଜଣେ କିଏ ଆସି ମୋ ଧାନ କହିଥିଲେ। ସେ ଯଦି ଚାଷୀ ଏବଂ ତାଙ୍କର ଧାନ ସେ ବିଷୟରେ ସମସ୍ତ ପ୍ରମାଣପତ୍ର ଦେଖାନ୍ତି ଏବଂ ତାଙ୍କର କଥା ସ୍ପଷ୍ଟ ହୁଏ ତାହାହେଲେ ସେ ଉପରେ ଆମେ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବୁ ସେ ଯାହା ନିଷ୍ପତି ନେବେ ବୋଲି କହିଥିଲେ।ମାତ୍ର ଜବତ ହୋଇଥିବା ଧାନ ହରଭଙ୍ଗାର ଜଣେ ଦଲାଲଙ୍କର ବୋଲି ସ୍କ୍ୱାର୍ଡ ଟିମ ଜାଣିପାରିଛି। କାର୍ଯ୍ୟାନୁଷ୍ଠାନ ଭୟରେ ଦଲାଲ ନିଜେ ଘଟଣାସ୍ଥଳକୁ ନ ଆସି ଅନ୍ୟ କାହାକୁ ପଠାଇ ଦାବୀ କରୁଥିବା ବିଷୟରେ ଟିମ ମଧ୍ୟ ସେ ବିଷୟରେ ସୂଚନା ପାଇଛି। ଏ ନେଇ ଜିଲ୍ଲାପାଳ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଲୁକାୟିତ ଦଲାଲଙ୍କ ବିରୁଦ୍ଧରେ କି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାକୁ ନେଇ ଚାଷୀ ମହଲରେ ଉତ୍କଣ୍ଠା ଲାଗିରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories