www.samajalive.in
Sunday, December 7, 2025
16.1 C
Bhubaneswar

ଆଦିବାସୀ ପରିବାରରୁ ଓଏଏସ

କାଶୀପୁର: ପଛୁଆ ଗାଁର ଆଗୁଆ ପୁଅ ହୋଇ ଆଦିବାସୀ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଦୁଇଜଣ ଆଦବାସୀ ପୁଅ। ସୋମବାର ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷା ଫଳାଫଳରେ ଏହି ଦୁଇ ଯୁବକ କୃତକାର୍ଯ୍ୟ ହେବା ସହିତ କଠିନ ପରିଶ୍ରମ କଲେ ଯେ କେହି ସଫଳତା ହାସଲ କରିପାରିବ ବୋଲି ପ୍ରମାଣିତ କରି ଦେଖାଇଛନ୍ତି। ଏହି ଦୁଇ ଯୁବକ ହେଉଛନ୍ତି ରାୟଗଡା ଜିଲା କାଶୀପୁର ବ୍ଲକର ଜ୍ଞାନରଞ୍ଜନ ମାଝି ଏବଂ ଉମାଶଙ୍କର ମାଝି। ଜ୍ଞାନରଞ୍ଜନ ୧୩୭ ନଂ. ସ୍ଥାନରେ ରହିଥିବାବେଳେ ଉମାଶଙ୍କର ୨୧୬ ନଂ. ସ୍ଥାନରେ ଅଛନ୍ତି।

ଜ୍ଞାନରଞ୍ଜନଙ୍କ ଘର କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମଇଲିଗୁଡା ଗ୍ରାମରେ। ସେ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ବେଳେ ୬ଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ବାରିଝୋଲା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏହାପରେ ଗୁଣୁପୁର ଜିଆଇଇଟିରେ ବିଟେକ ମେକାନିକାଲ ଇଜିଂନିୟରିଂ ପଢ଼ି ସଫଳତାର ସହ କୃତ କାର୍ଯ୍ୟ ହୋଇଥିଲେ। ପରେ ସେ ଘରେ ପାଠ ପଢି ଓଏଏସ୍ ପରୀକ୍ଷା ଦେଇ କୃତ କାର୍ଯ୍ୟ ହୋଇଛନ୍ତି। ଜ୍ଞାନଙ୍କ ବାପା ସୋମନାଥ ମାଝି ବାହାର ଦୁଲକି ଗ୍ରାମରେ ଥିବା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ମା’ ଜଣେ ଗୃହିଣୀ। ତାଙ୍କ ସାନ ଭାଇ ଓ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ସେହିପରି ୨୧୬ ନଂ. ସ୍ଥାନରେ ଥିବା ଉମାଶଙ୍କରଙ୍କ ଘର କାଶୀପୁର ବ୍ଲକ ଟିକିରି ଥାନା ବିଲାମାଳ ଅନ୍ତର୍ଗତ ସିମିଳିଗୁଡା ଗ୍ରାମରେ। ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରିଥିବା ଉମାଶଙ୍କର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଟିକିରି ଠାରେ ପଢିଥିଲେ। ଏହାପରେ କାଶୀପୁର ଯୁକ୍ତ ୨ ମା’ ମାଣିକେଶ୍ବରୀ ଆଦିବାସୀ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପରେ କୋରାପୁଟ ଡିଏଭି କଲେଜରେ ସ୍ନାତକ ପଢ଼ିଥିଲେ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପଣ୍ଡିଚେରୀରେ ସୋସିଓଲୋଜିରେ ଏମ୍ଏ ଏବଂ ଆନ୍ଥପ୍ରୋଲୋଜିରେ ଏମଫିଲ କରିଥିଲେ। ଉମାଶଙ୍କରଙ୍କ ବାପା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ। ଘରେ ତାଙ୍କର ବାପା, ମା’, ଭାଇ, ଭାଉଜ, ସ୍ତ୍ରୀ, ପୁତୁରା, ଝିଆରୀ ଏବଂ ପୁଅ ଅଛନ୍ତି।

- Advertisement -

ଜ୍ଞାନରଞ୍ଜନ ଏବଂ ଉମାଶଙ୍କର ଓଏଏସ ପାଇବା ପରେ ଉଭୟଙ୍କ ଗାଁରେ ଖୁସିର ଲହରି ଖେଳିଯାଇଛି। ନିପଟ ପଲ୍ଲୀ ଅଞ୍ଚଳର ଏହି ଦୁଇ ଆଦିବାସୀଙ୍କ ସଫଳତା ଅବହେଳିତ ଅଞ୍ଚଳର ଯୁବପିଢ଼ି ପାଇଁ ପ୍ରେରଣା ସୃଷ୍ଟି କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories