ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ପ୍ରାକ୍ଟିକାଲ ପରୀକ୍ଷା ଶେଷ ହୋଇଛି। ଆସନ୍ତା ୨୮ରୁ ଥିଓରି ପରୀକ୍ଷା ଆରମ୍ଭ ହେବ। ପରିଷଦ ପକ୍ଷରୁ ଥିଓରି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଢାଞ୍ଚା ଜାରି କରାଯାଇଛି। ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ ୨୦୨୦-୨୧ ଶିକ୍ଷାବର୍ଷର ସଂକ୍ଷୀପ୍ତ ପାଠ୍ୟକ୍ରମ ଆଧାରରେ ପ୍ରଶ୍ନପତ୍ର ଆସିବ। ୨୦୨୧ ମାର୍ଚ୍ଚ ୪ ଓ ଏପ୍ରିଲ ୯ରେ ଜାରି ବିଜ୍ଞପ୍ତି ଅନୁଯାୟୀ ସମସ୍ତ ନିୟମିତ ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଆସିବ। ପ୍ରଶ୍ନପତ୍ରର ମୋଟ ମାର୍କ ମଧ୍ୟରୁ ୫୦ ପ୍ରତିଶତ ମାର୍କ ଏକ ନମ୍ବର ସମ୍ବଳିତ ତଥା ମଲଟିପୁଲ ଚଏସ୍ ରହିବ। ସେହିପରି ୩୦ ପ୍ରତିଶତ ମାର୍କ ସଂକ୍ଷିପ୍ତ ଉତ୍ତର ବିଶିଷ୍ଟ ତଥା ୨/୩ ମାର୍କର ପ୍ରଶ୍ନ ରହିବ। ୨୦ ପ୍ରତିଶତ ମାର୍କ ଦୀର୍ଘ ଉତ୍ତର ମୂଳକ ତଥା ୫ ମାର୍କ ସମ୍ବଳିତ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ପ୍ରଶ୍ନପତ୍ରରେ ୩ ପ୍ରକାରର ଆସିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
Popular Categories



