www.samajalive.in
Sunday, December 7, 2025
15.1 C
Bhubaneswar

ବିଦ୍ୟୁତ ସବଷ୍ଟେସନ କର୍ମଚାରୀଙ୍କୁ ମାଡ ମାରି ଦୁଇ ଗିରଫ

ପାଟଣା: ପାଟଣା ବ୍ଲକରେ ବିଦ୍ୟୁତ ସବଷ୍ଟେସନ କର୍ମଚାରୀଙ୍କୁ ମାଡ ମାରି ଦୁଇ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି।

ପାଟଣା ବ୍ଲକ ଅନ୍ତର୍ଗତ ନିହ୍ନୁଆ ଗ୍ରାମରେ ବିଦ୍ୟୁତ୍ ତାର ଉପରେ ଗଛ ପଡିଥିବାରୁ ସବ ଷ୍ଟେସନରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରି କର୍ମଚାରୀ ଗଛ କାଟିବାକୁ ଯାଇଥିବା ବେଳେ ଦୁଇଜଣ ଯୁବକ ଗତକାଲି ସବ ଷ୍ଟେସନକୁ ଯାଇ ଉମେଶ କୁମାର ମହାନ୍ତ ନାମକ ଜଣେ କର୍ମଚାରୀଙ୍କୁ କାହିଁକି ମନଇଛା ଲାଇନ କାଟୁଛ କହି ମାଡ ମାରିଥିଲେ । ତୁରୁମୁଙ୍ଗା ୩୩/ ୧୧ ବିଦ୍ୟୁତ ସବ ଷ୍ଟେସନରେ ଏହି ଘଟଣା ଘଟିଥିବା ବେଳେ ଏ ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଥାନାଧିକାରୀ ବୈଦ୍ୟନାଥ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆରକ୍ଷୀ ସହକାରୀ ଉପ ନିରୀକ୍ଷକ ଭରତ ଚନ୍ଦ୍ର ନାଏକ ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମରା ଘଟଣାରେ ଦୁଇଜଣ ଯୁବକ ଝାରବେଡା ଗ୍ରାମରେ ରହୁଥିବା ସନ୍ତୋଷ ବାରିକଙ୍କ ପୁଅ ମାନସ ବାରିକ(୨୩) ଓ ମନୋଜ ପଣ୍ଡାଙ୍କ ପୁଅ ସୌମ୍ୟରଂଜନ ପଣ୍ଡାଙ୍କୁ ଆଜି ଗିରଫ କରିଛନ୍ତି । ଉଭୟଙ୍କର କରୋନା ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories