କଲ୍ୟାଣସିଂହପୁର: ଆମ୍ବଗୋଟାଇବାକୁ ତୋଟାକୁ ଯାଇଥିଲେ, ଗଛ ପଡ଼ିଗଲା। କଳା ବୈଶାଖୀର ତାଣ୍ଡବରେ ଆମ୍ବତୋଟାରେ ଗଛ ପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଲ ଗାଁର ତାମିୟା ବବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦରରେ କାଳ ବୈଶାଖୀର ତାଣ୍ଡବରେ ଆମ୍ବ ଗଛ ପଡି ତାମିୟା ବବି(୧୬)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଛି। ଆଜିମଧ୍ୟାହ୍ନରେ ଜୋରରେ ପବନ ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ମାରିଥିଲା । ମହେନ୍ଦ୍ରପୁର ଆମ୍ବ ତୋଟାରେ ଆମ୍ବ ପଡିଥିବା ଦେଖି ସାହିର କିଛି ପିଲାଙ୍କ ସହିତ ତାମିୟା ବବି ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ପୁଣି ଜୋରରେ ପବନ ଘଡଘଡି ମାରିବାରୁ ସାଥୀପିଲାମାନେ ଧାଇଁ ପଳାଇଥିଲେ। କିନ୍ତୁ ବବି ଧାଇଁ ପାରିନଥିଲେ ଏବଂ ଆମ୍ବ ଗଛଟିଏ ମୂଳରୁ ଉପାଡି ହୋଇ ତାଙ୍କ ଉପରେ ପଡିଯାଇଥିଲା। ଏହାକୁ କିଛି ଲୋକ ଦେଖି ପରିବାର କୁ ଖବର ଦେଇଥିଲେ। ପରିବାର ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ଥାନାକୁ ସୂଚନା ଦେଇଥିଲେ। ଅଗ୍ନିଶମ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ତାମିୟା ବବି ବଞ୍ଚି ଥିବ ଭାବି ଗ୍ରାମବସୀ ଗଛକାଟି ଥିଲେ। କିନ୍ତୁ ବବିର ମୃତ୍ୟୁ ହୋଇଯାଥିଲା। ଉକ୍ତ ଖବରପାଇ ଥାନା ଏସଆଇ ବିମଲ କହଁର ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି।



