ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୮ଟି ଜିଲାର ୧୦ଟି ବ୍ଳକ ପାଇଁ ୩୮.୪୫କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ ଗୁଡିକ ହେଲା- ବରଗଡ ଜିଲାର ବରପାଲୀ, ପୁରୀ ଜିଲାର ବ୍ରହ୍ମଗିରି, ରାୟଗଡା ଜିଲାର କାଶିପୁର, ସମ୍ବଲପୁର ଜିଲାର ବାମରା, କୋରାପୁଟ ଜିଲାର ଲକ୍ଷ୍ମୀପୁର ଓ କୋଟପାଡ, କେନ୍ଦୁଝର ଜିଲାର ପାଟଣା, କଳାହାଣ୍ଡି ଜିଲାର କାରଲାମୁଣ୍ଡା, ମୟୂରଭଞ୍ଜ ଜିଲାର ଉଦଳା ଓ ରାଇରଙ୍ଗପୁର ବ୍ଳକ।
ମଙ୍ଗଳବାରର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୭୫ଟି ବ୍ଲକର ୩୮୮୮ଟି ଗ୍ରାମପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୩୫୮୫୮ଟି ପ୍ରକଳ୍ପ ପାଇଁ ୮୮୨.୧୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ ଯେ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ମଞ୍ଜୁର କରୁଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି। ସୂଚନାଯୋଗ୍ୟ ଯେ, ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
୧୭୧ଟି ପଞ୍ଚାୟତ ପାଇଁ ୩୮.୪୫କୋଟି ଟଙ୍କା ମଞ୍ଜୁର
Popular Categories



