www.samajalive.in
Saturday, December 6, 2025
26.1 C
Bhubaneswar

ଯନ୍ତାପାଇରୁ ୧୪୪ ଧାରା ହଟିଲା

ମାଲକାନଗିରି :  ମାଲକାନଗିରି ଜିଲା  ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ଲାଗୁ ହୋଇଥିବା ୧୪୪ ଧାରାକୁ ପ୍ରଶାସନ ଶନିବାର ଉଠାଇ ଦେଇଛି। ଆଦିବାସୀମାନଙ୍କ ସହ ପ୍ରଶାସନ ଶୁକ୍ରବାର ଆଲୋଚନା କରିବା ସମୟରେ ସେମାନଙ୍କ ବିଭିନ୍ନ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାଲାଗି ପ୍ରତିଶୃତି ଦେବା ପରେ ଆଦିବାସୀମାନେ ସାନ୍ତ ପଡିଥିଲେ । ଏହପରେ ଶନିବାର ପ୍ରଶାସନ ଜନ୍ତାପାଇରେ ଲାଗୁହୋଇଥିବା ୧୪୪ ଧାରାକୁ କୋହଳ କରିଛି ।

ସୂଚନାଯୋଗ୍ୟ, ଗତ ୨୦ ତାରିଖ  ଦିନ ରାଜୁ ହେନ୍ତାଳ ତାଙ୍କ ୨ ଝିଅ ସହିତ ସାପ୍ତାହିକ ହାଟକୁ ଯାଇଥିଲେ। ସେଠାରୁ ଯବାନଙ୍କ ଭଳି ପୋଷାକ ପିନ୍ଧିଥିବା ୨ ଜଣ ବ୍ୟକ୍ତି ତାଙ୍କୁ କେଉଁଆଡ଼େ ଡାକି ନେଇଥିଲେ। ରାଜୁଙ୍କ ପତ୍ତା ଆଉ ମିଳି ନ ଥିଲା। ପରେ ରବିବାର ଦିନ ଯନ୍ତାପାଇର ଅଙ୍ଗନୱାଡ଼ି କେନ୍ଦ୍ରରେ ରାଜୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏବଂ ରାଜୁଙ୍କୁ ଡାକିନେଇଥିବା ଯବାନ ଏହି ହତ୍ୟାକାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ହୋଇଥିଲା । ଗତ ଶୁକ୍ରବାର  ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମେଳି ବାନ୍ଧିଥିଲେ। ରାଜୁ ହେନ୍ତାଳଙ୍କ ମତ୍ୟୁକୁ ନେଇ ପୁଲିସ ପ୍ରଶାସନ ବିରୋଧରେ ଏକତ୍ରିତ ହୋଇଥିଲେ। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ।

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories