www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀକୃଷ୍ଣଙ୍କ ୧୩ଟି ଚତ୍ମକାରୀ ମନ୍ତ୍ର ଓ ତା’ର ମହତ୍ତ୍ବ

ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ଶ୍ରୀକୃଷ୍ଣଙ୍କ ମହିମା ଅପାର। ତାଙ୍କର ଲୀଲାଖେଳା କାହାକୁ ବା ଅଛପା। ଶ୍ରୀକୃଷ୍ଣଙ୍କ ଅଶେଷ କୃପା ଲାଭ କରିବା ପାଇଁ ଭକ୍ତମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ସୁଖମୟ ଜୀବନ ପାଇଁ ଶ୍ରୀକୃଷ୍ଣଙ୍କ ୧୩ଟି ମନ୍ତ୍ର ବିଷୟରେ ଜାଣିବା। କିନ୍ତୁ ଶ୍ରୀକୃଷ୍ଣଙ୍କ ମନ୍ତ୍ର ସଠିକ ଭାବେ ଉଚ୍ଚାରଣ କରିବା ଉଚିତ। ହିନ୍ଦୁ ମାନ୍ୟତା ଅନୁସାରେ ମନ୍ତ୍ରକୁ ଠିକ ଭାବେ ଉଚ୍ଚାରଣ କରିବା ଆମ ପାଇଁ ଫଳପ୍ରଦ ହୋଇଥାଏ। ମନ୍ତ୍ରର ଭୁଲ ଉଚ୍ଚାରଣ ଆମ ପାଇଁ କ୍ଷତିକାରକ ହୋଇଥାଏ। ମନ୍ତ୍ରର ଭୁଲ ଉଚ୍ଚାରଣ ବିପରୀତ ଫଳ ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ଏହି ମନ୍ତ୍ର ଗୁଡିକ ବିଷୟରେ..

କୃଂ କୃଷ୍ଣାୟ ନମଃ: ଏହା ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ମୂଳମନ୍ତ୍ର ଅଟେ। ଏହି ମନ୍ତ୍ର ଜପ କରିବା ଦ୍ୱାରା ବ୍ୟକ୍ତିଙ୍କର ଅଟକି ରହିଥିବା ଧନ ପ୍ରାପ୍ତି ହୋଇଥାଏ। ଏହି ମନ୍ତ୍ରକୁ ସକାଳେ ଓ ସନ୍ଧ୍ୟା ସମୟରେ ନିତ୍ୟକର୍ମ ସାରିଲା ପରେ ଜପ କରନ୍ତୁ। ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ମନୁଷ୍ୟ ସମସ୍ତ ଅସୁବିଧା ଓ ବାଧାବିଘ୍ନ ଠାରୁ ମୁକ୍ତ ରହିଥାଏ।
ଓଁ ଶ୍ରୀ ନମଃ ଶ୍ରୀକୃଷ୍ଣାୟ ପରିପୂର୍ଣ୍ଣତମାୟ ସ୍ୱାହା: ଏହା କୌଣସି ସାଧାରଣ ମନ୍ତ୍ର ନୁହେଁ। ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଅନ୍ୟ ଯେକୌଣସି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ତାହା ସିଦ୍ଧ ହୋଇଯାଇଥାଏ। କିନ୍ତୁ ଏହି ମହାମନ୍ତ୍ରକୁ ପାଞ୍ଚଲକ୍ଷ ଥର ଜପ କରିବା ଦ୍ୱାରା ସିଦ୍ଧ ହୋଇଥାଏ। ମହାମନ୍ତ୍ରଟିକୁ ଯେକୌଣସି ଯଜ୍ଞରେ ପାଞ୍ଚଲକ୍ଷ ଥର ଜପ କରନ୍ତୁ।
ଗୋବଲ୍ଲଭାୟ ସ୍ୱାହା: ଦେଖିବାକୁ ଏହି ମନ୍ତ୍ରଟି ଦୁଇ ଶଦ୍ଦର ଅଟେ। ମାତ୍ର ଧାର୍ମିକ ସନ୍ଦେଶ ଅନୁସାରେ ମନ୍ତ୍ରଟିର ୭ଟି ଅକ୍ଷର ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ଅଟେ। ଏହି ୭ଟି ଅକ୍ଷର ଥିବା ମନ୍ତ୍ର ଜପ କରିବା ଦ୍ୱାରା ଅପାର ଧନପ୍ରାପ୍ତି ହୋଇଥାଏ। କିନ୍ତୁ କୁହାଯାଇଛି ଯେ, ଏକ ଲକ୍ଷ ଥର ମନ୍ତ୍ରଟି ଜପ କରିବା ଦ୍ୱାରା ଏହା ସିଦ୍ଧ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଥାଏ।
ଗୋକୁଳ ନାଥାୟ ନମଃ: ଯେଉଁ ବ୍ୟକ୍ତିମାନେ ଶ୍ରୀକୃଷ୍ଣଙ୍କର ସାଧକ ହୋଇଥାନ୍ତି ସେମାନେ ଏହି ମନ୍ତ୍ର ଜପ କରିବା ଉଚିତ। ଏପରି କରିବା ଦ୍ୱାରା ସେମାନଙ୍କର ଅନେକ ଇଚ୍ଚା ଓ ଅଭିଳାଷା ପୂର୍ଣ୍ଣ ହୋଇଥାଏ। ଏହି ମନ୍ତ୍ରକୁ ଠିକ ଭାବେ ଉଚ୍ଚାରଣ କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଓଁ ନମୋ ଭଗବତେ ଶ୍ରୀଗୋବିନ୍ଦାୟ: ଏହି ମନ୍ତ୍ର ଜପ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖରେ ବିତିଥାଏ। ମନ୍ତ୍ରଟିକୁ ଧ୍ୟାନର ସହ ୧୦୮ ଥର ଜପ କରିବା ଦ୍ୱାରା ଚତ୍ମକାରୀ ଫଳ ପ୍ରାପ୍ତି ହୋଇଥାଏ।
ଓଁ ଶ୍ରୀ ହିଂ କ୍ଲିଂ ଶ୍ରୀକୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଳ୍ଲଭାୟ ଶ୍ରୀ ଶ୍ରୀ ଶ୍ରୀ: ମନ୍ତ୍ରଟିକୁ ଜପ କରିବା ଦ୍ୱାରା ଜୀବନରେ ଯେକୌଣସି ବାଧା ବିଘ୍ନ ଦୂର ହୋଇଥାଏ।
ଓଁ ନମୋ ଭଗବତେ ନନ୍ଦପୁତ୍ରାୟ ଆନନ୍ଦବପୁଷେ ଗୋପିଜନବଲ୍ଲଭାୟ ସ୍ୱାହା: ଏହି ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ପୂର୍ଣ୍ଣ ହୋଇଥାଏ।
ନନ୍ଦପୁତ୍ରାୟ ଶ୍ୟାମଲାଙ୍ଗାୟ ବାଳବପୁଷେ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନବଳ୍ଲଭାୟ ସ୍ୱାହା: ଆର୍ଥିକ ସ୍ଥିତିରେ ଉନ୍ନତି କରିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ।
ଓଁ କୃଷ୍ଣ କୃଷ୍ଣ ମହାକୃଷ୍ଣ ସର୍ବଜ୍ଞ ତ୍ୱଂ ପ୍ରସିଦ ମେଂ ରମାରମଣ ବିଦ୍ରାମାଶୁ ପ୍ରୟଚ୍ଛ ମେ: ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ବିଦ୍ୟା କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଲିଲାଦଂଡ ଗୋପିଜନସଂସକ୍ତଦୋର୍ଦଣ୍ଡ ବାଳରୂପ ମେଧଶ୍ୟାମ ଭଗବତ ବିଷ୍ଣୋ ସ୍ୱାହା: ଏହି ମନ୍ତ୍ରକୁ ଯଜ୍ଞ ସମୟରେ ଜପ କରିବା ଦ୍ୱାରା ସମସ୍ତ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ।
କ୍ଲିଂ ଗ୍ଲୋଂ କ୍ଲିଂ ଶ୍ୟାମଳାଙ୍ଗାୟ ନମଃ: ଆର୍ଥିକସ୍ଥିତିରେ ସୁଧାର ଆଣିବା ପାଇଁ ଏହି ମନ୍ତ୍ର ଜପ କରନ୍ତୁ। ଏହାଦ୍ୱାରା ସ୍ମରଣଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ଐଂ କ୍ଲିଂ କୃଷ୍ଣାୟ ହିଂ ଗୋବିନ୍ଦାୟ ଶ୍ରୀ ଗୋପିଜନବଲ୍ଲଭାୟ ସ୍ୱାହା ହସୋ: ଏହି ମନ୍ତ୍ର ଜପ କରିବ ବହୁତ କଷ୍ଟ। କିନ୍ତୁ ଏହାକୁ ଜପ କରିବା ଦ୍ୱାରା ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ।
କୃଷ୍ଣଃ କର୍ଷତି ଆକର୍ଷତି ସର୍ବାନ ଜିବାନ ଇତି କୃଷ୍ଣଃ।। ଓମ୍‍ ବେଦାଃ ବେତଂ ପୁରୁଷଃ ମହଂତାଂ ଦେବାନୁଜଂ ପ୍ରତିରଂତ ଜିବ ସେ: ଏହି ମନ୍ତ୍ର ନିୟମିତ ରୂପେ ଜପ କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ତ ସଙ୍କଟ ଦୂର ହୋଇଥାଏ।

- Advertisement -

ସୌଜନ୍ୟ: ଆଜ୍ ତକ୍

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories