www.samajalive.in
Monday, December 8, 2025
27.1 C
Bhubaneswar

ଏଏମ୍‍ୟୁ ଛାଡ଼ିବାକୁ ଧମକ ଦେଲେ ୧୨୦୦ କାଶ୍ମୀର ଛାତ୍ର

ଆଲିଗଡ଼ : ଭାରତୀୟ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ମୃତ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ମନନ ବାସିର ୱାନି ପାଇଁ ଆଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟ (ଏଏମୟୁ)ରେ ସ୍ମୃତି ସଭା ଆୟୋଜନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଦୁଇ କାଶ୍ମୀର ଛାତ୍ରଙ୍କ ବିରୋଧରେ ଏଏମ୍‍ୟୁ ପ୍ରଶାସନ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିବା ପାଇଁ ସେଠାରେ ପଢୁଥିବା କାଶ୍ମୀର ଛାତ୍ରମାନେ ଦାବି କରିଛନ୍ତି। ଏନେଇ ସେମାନେ ଏକ ସ୍ମାରକପତ୍ର ଏଏମ୍‍ୟୁ ପ୍ରଶାସନକୁ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପ୍ରଶାସନ ତାଙ୍କ ଦାବି ନଶୁଣିଲେ ୧୨୦୦ କାଶ୍ମୀର ଛାତ୍ର ଅକ୍ଟୋବର ୧୭ରେ ସମୂହ ଏଏମ୍‍ୟୁ ଛାଡ଼ି ଘରକୁ ଚାଲିଯବେ ବୋଲି କହିଛନ୍ତି। କାଶ୍ମୀର ଛାତ୍ରଙ୍କ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପାତରଅନ୍ତର କରୁଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଆତଙ୍କବାଦୀ ମନନ ବାସିର ୱାନିର ମୃତ୍ୟୁ ଉଦ୍ଦେଶ୍ୟରେ ସ୍ମୃତି ସଭା ଆୟୋଜନ କରିବା ଅଭିଯୋଗରେ ତିନି କାଶ୍ମୀର ଛାତ୍ରଙ୍କୁ ଏଏମ୍‍ୟୁ ପ୍ରଶାସନ ନିଲମ୍ବିତ କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନକୁ ଅନ୍ୟ କାଶ୍ମୀର ଛାତ୍ର ବିରୋଧ କରିବା ସହ ରଦ୍ଦ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଅକ୍ଟୋବର ୧୭, ଏଏମ୍‍ୟୁ ପ୍ରତିଷ୍ଠାତା ସାର ସୟଦ ଅହମ୍ମଦ ଖାଁଙ୍କ ଜୟନ୍ତୀ ଦିନ ୧୨୦୦ କାଶ୍ମୀର ଛାତ୍ର ସମୂହ ନିଜ ଡିଗ୍ରୀ ଫେରାଇ ଘରକୁ ଫେରିଯିବେ ବୋଲି ଧମକ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଏଏମୟୁର ପୂର୍ବତନ ପିଏଚ୍‍ଡ଼ି ଛାତ୍ର ତଥା ଆତଙ୍କବାଦୀ ମନନ ୱାନି ପ୍ରାଣ ହରାଇଥିଲା। ମନନ ଗତ ଜାନୁଆରୀରେ ହଜିବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ। ପରେ ତାଙ୍କୁ ବିଶ୍ୱବିଦ୍ୟାଳୟରୁ ବିତାଡିତ କରାଯାଇଥିଲା।
ମନନ ୱାନିର ମୃତ୍ୟୁ ପରେ ଏଏମ୍‍ୟୁ ପରିସରରେ କେତେକ କାଶ୍ମୀର ଛାତ୍ର ତାର ମୃତ୍ୟୁ ଉଦ୍ଦେଶ୍ୟରେ ସ୍ମୃତିସଭା ଆୟୋଜନ କରିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories