www.samajalive.in
Tuesday, December 9, 2025
16.1 C
Bhubaneswar

ବଦଳିଲା ସରକାରୀ କର୍ମଚାରୀଙ୍କ ଅଫିସ ଉପସ୍ଥିତି ନିଷ୍ପତ୍ତି : ୨୧ ତାରିଖରୁ କ୍ରିଟିକାଲ ୩୦%, ନନ-କ୍ରିଟିକାଲ ୧୦%

ଭୁବନେଶ୍ବର (ବ୍ୟୁରୋ) : ଲକ୍ଡ଼ାଉନ ଦ୍ବିତୀୟ ପର୍ଯ୍ୟାୟରେ କିଛିଟା କୋହଳ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ ଓ ଏହି କ୍ରମରେ ୨୦ ତାରିଖଠାରୁ ୩୩% କର୍ମଚାରୀଙ୍କୁ ଅଫିସ ଆସିବାକୁ ନିର୍ଦେଶ ଦିଆଯାଇଥିଲା । ମାତ୍ର ଦିନକ ପରେ ବଦଳିଛି ସରକାରଙ୍କ ନିଷ୍ପତ୍ତି  । ସମସ୍ତ ‘ଗ୍ରୁପ୍‌-ଏ’ ବର୍ଗର ଅଫିସରମାନେ ଅଫିସ ଆସିବାକୁ ବାଧ୍ୟ ନୁହଁନ୍ତି ଓ ‘କ୍ରିଟିକାଲ ବର୍ଗ’ରେ ଚିହ୍ନଟ ହୋଇଥିବା ୧୧ଟି ବିଭାଗରେ ସର୍ବାଧିକ ୩୦ପ୍ରତିଶତ କର୍ମଚାରୀ ଓ ଅନ୍ୟ ସମସ୍ତ ବିଭାଗରେ ମାତ୍ର ୧୦ପ୍ରତିଶତ କର୍ମଚାରୀ ରୋଷ୍ଟର ବେସିସରେ ଅଫିସ ଆସିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

କ୍ରିଟିକାଲ ଘୋଷିତ ୧୧ ବିଭାଗ:  ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ୱରାଷ୍ଟ୍ର ବିଭାଗ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ। 

- Advertisement -

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, କ୍ରିଟିକାଲ ବର୍ଗରେ ଥିବା ୧୧ଟି ବିଭାଗର ସର୍ବାଧିକ ୩୦ ପ୍ରତିଶତ ଅଫିସର ଓ କର୍ମଚାରୀମାନେ ପାଳି କରି ଅଫିସ୍ ଆସିବେ । ଫିଲଡ ଅଫିସରମାନେ କିଭଳି କାର୍ଯ୍ୟ କରିବେ ତାହା ସମ୍ପୃକ୍ତ ପ୍ରଶାସନିକ ବିଭାଗର ମୁଖ୍ୟ ସ୍ଥିର କରିବେ, କିନ୍ତୁ କୌଣସି ପରିସ୍ଥିତିରେ ଅଫିସର ଓ କର୍ମଚାରୀଙ୍କ ଉପସ୍ଥାନ ସଂଖ୍ୟା ୩୦ ପ୍ରତିଶତରୁ ଅଧିକ ହେବ ନାହିଁ। ସେହିପରି ଆଂଶିକ କ୍ରିଟିକାଲ ଘୋଷିତ ହୋଇଥିବା ଅନ୍ୟ ସମସ୍ତ ୩୧ଟି ବିଭାଗରେ ମାତ୍ର ୧୦ପ୍ରତିଶତ ଅଫିସର ଓ କର୍ମଚାରୀମାନେ ଅଫିସ୍ ପାଳିକରି ଆସିବେ। । ଯେଉଁ ସରକାରୀ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି ସେମାନେ ଘରୁ ରହି କାର୍ଯ୍ୟ କରିବେ । ଏହି ନିର୍ଦ୍ଦେଶନାମା ଏପ୍ରିଲ ୨୧ରୁ ମେ’ ୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories