www.samajalive.in
Saturday, December 6, 2025
26.1 C
Bhubaneswar

ରାକ୍ଷୀପୂର୍ଣ୍ଣିମା ; ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ମା’ଲକ୍ଷ୍ମୀଙ୍କୁ କରନ୍ତୁ ପୂଜା

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଭାଇ-ଭଉଣୀଙ୍କ ସ୍ନେହର ବନ୍ଧନ ରକ୍ଷା ବନ୍ଧନ କିମ୍ବା ରାକ୍ଷୀ ପୂର୍ଣ୍ଣିମା ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଇଥାଏ। ଚଳିତ ବର୍ଷ ରକ୍ଷା ବନ୍ଧନର ପର୍ବ ୧୧ ଅଗଷ୍ଟ ୨୦୨୨ରେ ପାଳନ କରାଯିବ। ଏହି ଦିନ ଭଉଣୀମାନେ ଭାଇଙ୍କ ଦୀର୍ଘାୟୁ କାମନା କରିବା ହାତରେ ସ୍ନେହରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଥାଆନ୍ତି। ଭାଇ ମଧ୍ୟ ଭଉଣୀର ରକ୍ଷା କରିବାକୁ ବଚନ ଦେବା ସହ ଉପହାର ଦେଇଥାଆନ୍ତି। ରକ୍ଷା ବନ୍ଧନ ସହ ଜଡିତ କିଛି ମାନ୍ୟତା ଓ ପୌରାଣିକ କଥା ରହିଛି। ଏହି ଦିନ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ମା’ଲକ୍ଷ୍ମୀଙ୍କୁ ନିଶ୍ଚୟ ପୂଜା କରନ୍ତୁ। ଏହାଦ୍ୱାରା ଉାଇ-ଭଉଣୀଙ୍କ ମଧ୍ୟରେ ସର୍ବଦା ସ୍ନେହ-ଶ୍ରଦ୍ଧା ରହିବା ସହ ମା’ଙ୍କ କୃପା ପ୍ରାପ୍ତି ହୋଇଥାଏ।
ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ ମାନ୍ୟତା ରହିଛି। ଏହି ଦିନ ମା’ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜାର୍ଚ୍ଚନା କରିବା ସହ ସମସ୍ତ ଦେବୀଦେବତାଙ୍କୁ ମଧ୍ୟ ପୂଜା କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ। ଶାସ୍ତ୍ର ଅନୁଯାୟୀ ଏହି ଦିନ କନକଧାରା ସ୍ତୋତ୍ର ଓ ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କିମ୍ବା ପଢନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଭାଇ-ଭଉଣୀ ଉଭୟଙ୍କୁ ଆରୋଗ୍ୟର ବରଦାନ ମିଳିଥାଏ। ଉଭୟଙ୍କ ମଧ୍ୟରେ ସ୍ନେହ ଓ ସମ୍ପର୍କରେ ମଧୁରତା ଆସିଥାଏ। ସମ୍ପର୍କ ମଧ୍ୟ ମଜଭୂତ ହୋଇଥାଏ।
ରକ୍ଷା ବନ୍ଧନରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ରାକ୍ଷୀ ବାନ୍ଧନ୍ତୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories