www.samajalive.in
Friday, December 5, 2025
23.1 C
Bhubaneswar

ଲକ୍ଷ୍ମୀପୁରକୁ ଉପଖଣ୍ଡ ମାନ୍ୟତା ଦାବି, ଆଲୋଚନା ପରେ ବନ୍ଦ ପ୍ରତ୍ୟାହୃତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକକୁ ଉପଖଣ୍ଡ ମାନ୍ୟତା ଦାବିରେ ଲକ୍ଷ୍ମୀପୁର ବିକାଶ ପରିଷଦ ପକ୍ଷରୁ ସୋମବାର ସକାଳ ୬ ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଏହାକୁ ବିଭିନ୍ନ ସଂଗଠନ ମଧ୍ୟ ସମର୍ଥନ ଜଣାଇଥିଲେ। ଯାହା ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଯାନବାହାନ ଗୁଡ଼ିକ ଅଟକି ରହିଥିଲା। ଫଳରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା।ଫଳରେ ଜିଲାପାଳ ଭି. କୀର୍ତ୍ତି ଭାସନ ବନ୍ଦରେ ସାମିଲ୍ ବିକାଶ ପରିଷଦର କର୍ମକର୍ତ୍ତା ମାନଙ୍କୁ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇଙ୍କ ମାଧ୍ୟମରେ ଡକାଇ ଆଲୋଚନା କରିବା ସହିତ ସକରାତ୍ମକ ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ୨ଟାରେ ବନ୍ଦ ପ୍ରତ୍ୟାହୃତ ହୋଇ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଛି ଓ ଦୋକାନ ବଜାର ଖୋଲିଛି। ଏଠାରେ ବିଭିନ୍ନ ଦଳର ନେତାମାନେ ଆସି ବନ୍ଦକୁ ସମର୍ଥନ କରିଥିଲେ। ବନ୍ଦ ଯୋଗୁଁ ସମସ୍ତ ଲକ୍ଷ୍ମୀପୁର ସଦରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଥିଲା। ସ୍ଥାନୀୟ ଏସଡିପିଓ ବିରଞ୍ଚିନାରାୟଣ ଜଗତଙ୍କ ନେତୃତ୍ଵରେ ଶାନ୍ତି ଶୃଙ୍ଖଳା ପାଇଁ ଆଇଆରବି ଯବାନ ଓ ଥାନା ପୁଲିସଙ୍କୁ ମୁତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ନୈବେଦ୍ୟ କୁମାର ଭୋଇ ଓ ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଉପସ୍ଥିତ ଥିଲେ ।
ସୂଚନା ଯୋଗ୍ୟ ଦୀର୍ଘ ବର୍ଷ ହେଲା ନାରାୟଣପାଟଣା , ଦଶମନ୍ତପୁର , ବନ୍ଧୁଗାଁ ଓ ଲକ୍ଷ୍ମୀପୁର , ଚାରୋଟି ବ୍ଲକକୁ ନେଇ ଲକ୍ଷ୍ମୀପୁର କୁ ଉପଖଣ୍ଡ ପାଇଁ ଦାବି ହୋଇ ଆସୁଛି। ଏପରିକି ୨୦୧୮ ମସିହାରେ ମଧ୍ୟ କୈଳାଶ ଚନ୍ଦ୍ର କୁଲେସିକା ବିଧାୟକ ଥିବା ବେଳେ ଏଥିପାଇଁ ଅନଶନ କରିଥିଲେ। ତେବେ ଦାବି ଗୁଡିକ ଯଥାର୍ଥ ବୋଲି କହି ସେତେବେଳେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା କି ସରକାର ଏହାକୁ ବିଚାରକୁ ନେଇ ପୂରଣ କରିବା ଦିଗରେ ପଦକ୍ଷେପ ନେବେ ବୋଲି। କିନ୍ତୁ ପାଞ୍ଚ ବର୍ଷ ପରେ ତାହା ପୂରଣ ହୋଇନାହିଁ । ଫଳରେ ବିକାଶ ପରିଷଦ ଏହି ଦାବିକୁ ଦୋହରାଇ ବନ୍ଦ ପାଳନ କରାଯାଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories