ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଚମ୍ପାବତ ଉପନିର୍ବାଚନରେ ବିପୁଳ ବିଜୟ। ପ୍ରାୟ ୫୫ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ଧାମି । ଚମ୍ପାୱତ ଆସନରୁ କଂଗ୍ରେସର ନିର୍ମଳା ଗହତୋରିଙ୍କୁ ହରାଇଲେ। ଧାମିଙ୍କୁ ୫୮,୨୫୮ ଏବଂ ନିର୍ମଳାଙ୍କୁ ମାତ୍ର ୩୨୩୩ ଭୋଟ୍ ମିଳିଥିବା ନେଇ ସୂଚନା ମିଳିଛି। ବିଜୟ ପରେ ଚମ୍ପାବତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧାମି। ୫୪ ହଜାରରୁ ଅଧିକ ଭୋଟ୍ ପାଇ ଉପ-ନିର୍ବାଚନରେ ଜିତିଛନ୍ତି। ରେକର୍ଡ ଭୋଟରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ବିଜୟ ସହିତ ବିଜେପି କର୍ମୀମାନେ ଉତ୍ସବ ଆରମ୍ଭ କରିଛନ୍ତି।
ଉପ-ନିର୍ବାଚନର ଫଳାଫଳ ଆସିବା ମାତ୍ରେ ମାତ୍ରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତନକପୁରରେ ପହଞ୍ଚିଛନ୍ତି। ତାଙ୍କ ସହ ବହୁ ସଂଖ୍ୟକ ସମର୍ଥକ ମଧ୍ୟ ପହଞ୍ଚିଛନ୍ତି। ଏଠାରେ ବିଜେପି କର୍ମୀମାନେ ରଙ୍ଗ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ସ୍ଲୋଗାନ ଦେଉଛନ୍ତି।
ଚମ୍ପାବତ ଉପନିର୍ବାଚନରେ ପୁଷ୍କର ସିଂ ଧାମିଙ୍କ ବାଜିମାତ୍
Popular Categories



