www.samajalive.in
Monday, December 8, 2025
20.1 C
Bhubaneswar

ଅମରନାଥରେ ବାଦଲ ଫଟା ବର୍ଷା ; ୧୬ ଶ୍ରଦ୍ଧାଳୁ ମୃତ, ୫୦ ନିଖୋଜ

ଶ୍ରୀନଗର: ଅମରନାଥରେ ଘଟି ଯାଇଛି ଏକ ବଡ ଅଘଟଣ। ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ମଧ୍ୟରେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟି ୧୬ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି। ଏହାସହ ପ୍ରାୟ ୫୦ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି। ବାଦଲ ଫାଟିବା ପରେ ପାହାଡ ଧସି ଶ୍ରଦ୍ଧାଳୁଙ୍କ ପାଇଁ ଥିବା ପ୍ରାୟ ୪୦ଟି ଅସ୍ଥାୟୀ ତମ୍ବୁ ବହି ଯାଇଥିଲା। ଖବର ପାଇବା ମାତ୍ରେ ସେନାବହାହିନୀ, ଏନଡିଆରଏଫଙ୍କ ସହ ଏସଡିଆରଏଫ ସମେତ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ବିିଭିନ୍ନ ଟିମ୍‍ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ଜଳ ସ୍ରୋତରେ କବଳରେ ଆସିଥିବା ଶିବିର ଓ ତମ୍ବୁରେ ଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ଗୁମ୍ଫା ନିକଟରେ ପ୍ରାୟ ପାଞ୍ଚ ହଜାର ଲୋକେ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାତ୍ରାକୁ ବର୍ତ୍ତମାନ ବନ୍ଦ ରଖାଯାଇଛି।  ଉଦ୍ଧାରକାରୀ ଦଳ ବିଳମ୍ବିତ ରାତିରେ ବରଫ ଜଳ ଓ ଅତ୍ୟଧିକ ଥଣ୍ଡା ସତ୍ତେ୍ୱ ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ।
ଅଧିକାରୀଙ୍କ କହିବାନୁଯାୟୀ, ଶୁକ୍ରବାର ସନ୍ଧ୍ୟା ୫ଟା୩୦ରେ ଅମରନାଥ ଗୁମ୍ଫା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଏହି ବାଦଲ ଫାଟିଥିଲା। ଫଳରେ ଗୁମ୍ଫା ସମ୍ମୁଖରେ ବହି ଯାଇଥିବା ନାଳରେ ବନ୍ୟା ଆସିବାରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁମ୍ଫାର ସାମ୍ନାରେ ହିଁ ଯାତ୍ରୀଙ୍କ ପାଇଁ ତମ୍ବୁର ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ତମ୍ବୁରେ ପ୍ରାୟ ୪ ରୁ ୬ ଜଣ ରହିବା ପାଇଁ ବ୍ୟବସ୍ଥା ହୋଇଥିଲା। ମାତ୍ର ପ୍ରବଳ ଜଳସ୍ରୋତରେ ୧୨ରୁ ଅଧିକ ତମ୍ବୁକୁ ଭସାଇନେଇଥିଲା। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories