www.samajalive.in
Monday, December 8, 2025
20.1 C
Bhubaneswar

ନୋଟାରୀ ସରକାରୀ ଉ.ପ୍ରା ବିଦ୍ୟାଳୟରେ ବନ ମହୋତ୍ସବ

ବାଙ୍କୀ: ବନ ମହୋତ୍ସବ ପାଳନ ଅବସରରେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ନୋଟାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଫରେଷ୍ଟର ଗଦାଧର ବିଶ୍ୱାଳ, ବନ କର୍ମଚାରୀ ତାରେଶ୍ୱର ରାଉତରାୟ, ପରିବେଶବିତ୍‌ ତଥା ସମାଜସେବୀ ପ୍ରସନ୍ନ କୁମାର ରାଉତରାୟ ଓ ତାରେଶ୍ୱର ପରିଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କୁ ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଏବଂ ବନମହୋତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ରଣା, ଫକୀର ଚରଣ ବେହେରା ଓ ଶ୍ୟାମାମଣୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ କରଞ୍ଜ, ବାହାଡା, କାଠ ବାଦାମ, ରାଧାଚୂଡା, ଲିମ୍ବ, ଜାମୁ, ଅମୃତଭଣ୍ଡା ଆଦି ବିବିଧ ପ୍ରକାର ଚାରା ରୋପଣ କରାଯାଇଥିବା ସମ୍ପର୍କରେ ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories