www.samajalive.in
Tuesday, December 9, 2025
17.1 C
Bhubaneswar

୩.୭୨ଲକ୍ଷ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‍ ଦିଅ

ଭୁବନେଶ୍ୱର:ତିତ୍‍ଲି ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର ୩.୭୨ ଲକ୍ଷରୁ ଅଧିକ ପ୍ରପୀଡ଼ିତଙ୍କୁ ମାଗଣାରେ ଏଲ୍‍ପିଜି ଗ୍ୟାସ୍‍ ଯୋଗାଇ ଦେବା ଲାଗି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୋମବାର କେନ୍ଦ୍ର ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର ଦର୍ଶାଇଛନ୍ତି ଯେ ତିତ୍‍ଲି ବାତ୍ୟା ଓ ବନ୍ୟା ପରିସ୍ଥିତି ଯୋଗୁଁ ଏହି ତିନୋଟି ଜିଲା ସହିତ କନ୍ଧମାଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଲୋକଙ୍କ ଫସଲ ଜମି ସହିତ ବାସଗୃହ ଭାଙ୍ଗିରୁଜି ଯାଇଛି। ଆର୍ଥିକ ଅନଟନରୁ ମେରୁଦଣ୍ଡ ସଳଖି ପାରୁ ନାହାନ୍ତି। ସେମାନଙ୍କୁ ତତ୍‍କ୍ଷଣାତ୍‍ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟ ପକ୍ଷରୁ ଯଦି ଗଜପତି ଜିଲାର ୫୦ହଜାର ୯୯୦, ଗଞ୍ଜାମର ୨ଲକ୍ଷ ୩୯ହଜାର ୬୮୩ ଏବଂ ରାୟଗଡାର ୮୧ହଜାର ୯୭୯ ହିତାଧିକାରୀଙ୍କୁ ମାଗଣାରେ ଏଲ୍‍ପିଜି ଗ୍ୟାସ୍‍ ସୁବିଧା ଯୋଗାଇ ଦିଆଯାଇ ପାରନ୍ତା ତେବେ ସେମାନଙ୍କ ଦୁଃଖ ଲାଘବ ହୋଇପାରନ୍ତା।
ଶ୍ରୀ ପାତ୍ର କହିଛନ୍ତି ଯେ କନ୍ଧମାଳ ଜିଲାରେ ମଧ୍ୟ ଅନୁରୂପ ଭାବେ କ୍ଷୟକ୍ଷତି ହୋଇଛି। ତେବେ ସେଠାରେ ହିତାଧିକାରୀଙ୍କୁ ସଂଖ୍ୟା ତାଲିକା ମିଳିବା ପରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମାଗଣା ଗ୍ୟାସ୍‍ ଯୋଗାଇ ଦେବାକୁ ଅନୁରୋଧ କରାଯିବ। କେନ୍ଦ୍ର ସରକାର ଏଦିଗରେ ନିଶ୍ଚିତ ଭାବେ ସହାୟତାର ହାତ ବଢ଼ାଇବେ ବୋଲି ଶ୍ରୀ ପାତ୍ର ଆଶାବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories