www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସରକାର ବିଫଳ: କଂଗ୍ରେସ

ଭୁବନେଶ୍ୱର:ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶାର ଗଜପତି ଓ ଗଞ୍ଜାମ ଜିଲାରେ ତିତଲି ପ୍ରଭାବରେ ବନ୍ୟା ବାତ୍ୟାରେ କ୍ଷୟକ୍ଷତି ଘଟିଥିବା ଅଞ୍ଚଳରେ ଅସହାୟ ଭିତରେ ରହିଥିବା ଲୋକଙ୍କୁ ସହାୟତା ଯୋଗାଇବାରେ ସରକାର ବିଫଳ ହୋଇଥିବାରୁ ସାଧାରଣ ଜୀବନ ଦୁର୍ବିସହ ହୋଇପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଏଆଇସିସି ସାଧାରଣ ସମ୍ପାଦକ ତଥା କଂଗ୍ରେସର ରାଜ୍ୟପ୍ରଭାରୀ ଜିତେନ୍ଦ୍ର ସିଂ ଦାବି କରିଛନ୍ତି।
କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ ରାହୁଳ ଗାନ୍ଧୀଙ୍କ କହିବା ଅନୁଯାୟୀ ନିକଟରେ ଘଟିଥିବା ପ୍ରାକୃତିକ ବିପର୍ଯୟ ପ୍ରଭାବିତ ଗଜପତି ଓ ଗଞ୍ଜମ ଜିଲାକୁ କଂଗ୍ରେସର ଏକ ଟିମ୍‍ ଆଜି ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ଆଖିରେ ଦେଖିଲୁ। ସାଧାରଣ ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲୁ। ସେ କହିଛନ୍ତି, ବାତ୍ୟା ତିତ୍‍ଲି ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶୋଚନୀୟ ଭାବେ ବିଫଳ ହୋଇଛି। ବାତ୍ୟା ଆସୁଥିବା ସରକାର ପୂର୍ବରୁ ଜାଣି ମଧ୍ୟ ସାଧାରଣ ଲୋକଙ୍କୁ ସୂଚିତ କରିବାରେ ବିଫଳ ହୋଇଥିବାରୁ ଏହି ସବୁ ଅଞ୍ଚଳର ଲୋକେ ଅଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସରକାର ଅଧିକାରୀ ବଡ ବଡ କଥା କହୁଥିବା ବେଳେ ବାସ୍ତବ ପକ୍ଷେ ଏହି ଅଞ୍ଚଳ ଲୋକଙ୍କୁ ରାଜ୍ୟ ସରକାର ଧୋକ୍କା ଦେଇଥିବା ସେ ଅଭିଯୋଗ କରିଛନ୍ତି। ବାତ୍ୟା ପରବର୍ତ୍ତୀ ସମୟରେ ବର୍ଷା ଓ ତଦ୍‍ଜନିତ ପରିସ୍ଥିତି ମୁକାବିଲାରେ ବିଜେଡି ସରକାରଙ୍କ ଅପାରଗତାରୁ ୬୨ଜଣ ପ୍ରାଣ ହରାଇଛନ୍ତି ଓ ଅଦ୍ୟାବଧି ୧୩ ଜଣଙ୍କ ପତ୍ତାମିଳୁ ନାହିଁ। ତେବେ ବାତ୍ୟା ଓ ବର୍ଷା ପ୍ରଭାବିତ ଅଞ୍ଚଳରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟ ଯେଉଁଭଳି ହେବା କଥା ତାହା କରାଯାଉନାହିଁ। ପ୍ରଭାବିତ ଅଞ୍ଚଳରେ ସଡକ ମରାମତି ହୋଇନାହିଁ,ବିଜୁଳି ନାହିଁକି ପାନୀୟ ଜଳ ନାହିଁ ଲୋକେ ଡହଳ ବିକଳ ଅବସ୍ଥାରେ ରହିଛନ୍ତି। କାହାକୁ ଲିଟରେ କିରାସିନି ତ କାହାକୁ ମାତ୍ର ୨୫୦ ଗ୍ରାମ କିରାସିନି ମିଳିଥିବା ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟର ୧୬୪ ଟି ବାତ୍ୟା ସୂଚନା କେନ୍ଦ୍ର ରହିଥିବା ବେଳେ ସେଥିରୁ ମାତ୍ର ୪ ଟି କାର୍ଯ୍ୟକ୍ଷମ ରହିଥିବା ସିଏଜି ରିପୋର୍ଟରେ ଦର୍ଶାଇଲା ପରେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଇ ନାହାନ୍ତି।
ବାତ୍ୟା ଓ ବନ୍ୟା ହେବାର ୧୨ ଦିନ ବିତି ଯାଇଥିବା ବେଳେ ଲୋକଙ୍କ ନିକଟରେ ସରକାର ପହଞ୍ଚି ନାହାଁନ୍ତି। ପ୍ରଭାବିତ ଲୋକଙ୍କୁ ଥଇଥାନ କରିବା ଦିଗରେ ସରକାରଙ୍କ ନିକଟରେ କୌଣସି ଥଇଥାନ ନୀତି ନାହିଁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଥମେ ଉକ୍ତ ଅଞ୍ଚଳ ଗସ୍ତ କରିବାପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା ବୋଲି ଶ୍ରୀ ସିଂ କହିଛନ୍ତି। ତାହାସହିତ ସଡକ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ସେତୁ ଆଦି ନଷ୍ଟ ହୋଇଯାଇଥିବା ଭିତ୍ତିିଭୂମି ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବାକୁ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସରକାରୀ ଅଫିସର କ୍ଷୟକ୍ଷତି ଅଞ୍ଚଳ ଯାଉ ନାହାନ୍ତି। ଜଙ୍ଗଲରେ ଲୋକେ ଅନ୍ଧାର ଭିତରେ ଜୀବନ ବିତାଉଛନ୍ତି। ଲୋକଙ୍କ ନିକଟରେ ରହିବାକୁ ଖାଇବାକୁ ନାହିଁ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ଚାଷବାସ ଉଜୁଡି ଯାଇଛି। ସେମାନଙ୍କ କୃଷି ଋଣ ଛାଡ କରାଯିବା ସହିତ ବିନାସୁଧରେ କୃଷି ରୁଣ ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସମ୍ପାଦକ ଅନୀଲ ଚୌଧୁରୀ ଓ କଂଗ୍ରେସର ରାଜ୍ୟ ମିଡିଆ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories