ନିକଟରେ ନ୍ୟୁୟର୍କ ପୋଷ୍ଟର ୱେବ୍ସାଇଟ୍ରେ ପ୍ରକାଶିତ ହୋଇଥିବା ଏକ ଭିଡିଓକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଛୋଟ ପିମ୍ପୁଡ଼ିଟିଏ ଖୁବ୍ ସତର୍କତାର ସହ ହୀରା ଚୋରି କରୁଥିବା ଦୃଶ୍ୟଟିକୁ ଦେଖି ଜଣେ ଆଚମ୍ବିତ ହେବା ସ୍ବାଭାବିକ। ଭିଡିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ଉଲ୍ଲେଖ ହୋଇନାହିଁ କିନ୍ତୁ ଏହା ଆଦୌ ଏଡିଟିଂ ହୋଇନାହିଁ ବୋଲି କୁହାଯାଇଛି। ନିଜ ଓଜନଠାରୁ ବହୁଗୁଣ ଓଜନ ହୀରାକୁ ବୋହି ପିମ୍ପୁଡ଼ିଟି ସତର୍କତାର ସହ ଆଗେଇବାର ଦୃଶ୍ୟ ଦେଖି ଭିନ୍ନଭିନ୍ନ ବର୍ଗର ଲୋକେ ମନ୍ତବ୍ୟ ଦେଇଛନ୍ତି। କେତେକଙ୍କ ମତରେ ପିମ୍ପୁଡ଼ିଟି ବୋଧହୁଏ ହୀରାକୁ ଖାଦ୍ୟ ବୋଲି ମନେକରିଛି, ଅନ୍ୟମାନଙ୍କ ମତରେ ପିମ୍ପୁଡ଼ିଟି ବୋଧହୁଏ ଧୁରୀଣ ଚୋର। ଏ ଖବର ପ୍ରଚାରିତ ହେବା ପରେ ଅଧିକ ତଥ୍ୟ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ ବୋଲି ନ୍ୟୁୟର୍କ ପୋଷ୍ଟ ତରଫରୁ କୁହାଯାଇଛି।
Popular Categories



