www.samajalive.in
Sunday, December 7, 2025
13.1 C
Bhubaneswar

ସାନ୍ତା ବେଶରେଅସୁସ୍ଥ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିଲେ ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ପୁଣି ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ଓବାମା ସାନ୍ତା କ୍ଳଜ୍ ବେଶରେ ୱଶିଂଟନର ‘ଚିଲ୍‌ଡ୍ରେନ୍‌ସ୍‌ ନେସ୍‌ନାଲ୍‌ ମେଡିକାଲ୍‌ସେଣ୍ଟର୍‌’ ରେ ପହଞ୍ଚିଥିଲେ । ସାନ୍ତା ଟୋପି ଏବଂ ଏକ ଆକର୍ଷଣୀୟ ମୁଣାରେ ଅନେକ ଉପହାର ନେଇ ଓବାମା ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କୁ ଚକିତ କରି ଦେଇଥିଲେ । ତାଙ୍କୁ ଦେଖି ଅସୁସ୍ଥ ପିଲା ମୁହଁରେହସ ଖେଳି ଯାଇଥିଲା । ବରାକ୍‌ ଓବାମା ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ପିଲାମାନଙ୍କୁ ଉପହାର ଦେବା ସହ ମେଡିକାଲ ସେଣ୍ଟର ପାଇଁ କିଛି ଅର୍ଥ ମଧ୍ୟ ଦାନ କରିଥିଲେ । ମେଡିକାଲ୍‌ ସେଣ୍ଟର୍‌ କର୍ତ୍ତୁପକ୍ଷଙ୍କୁ ଓବାମା କହିଥିଲେଯେ ‘ମୁଁ ଆପଣମାନଙ୍କୁ ଧନ୍ୟବାଦ କରିବାକୁ ଆସିଥିଲି’ । ରାଷ୍ଟ୍ରପତି ପଦରେ ନଥାଇ ମଧ୍ୟ ଓବାମାଙ୍କ ଭଳି କାର୍ଯ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଯାହା ଦ୍ବାରା ସେ ପୁଣି ଲୋକଙ୍କ ହୃଦୟରେ ସ୍ଥାନ ପାଇବା ସହ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି । ଏହାର ଏକ ଭିଡିଓ ଓବାମା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟୁଇଟରେ ସେୟାର କରି ଓବାମା କହିଛନ୍ତି ଯେ, କିଛି ଅସାଧାରଣର ପିଲା ଓ ସେମାନଙ୍କ ପରବାର ସହ ଭେଟିବାକୁ ସୁଯୋଗ ମିଳିଲା । ଦୁଇଟି ପିଲାର ବାପା ହୋଇ ମୁଁ ଏହା କଳ୍ପନା କରିପାରୁଛି ଯେ ନର୍ସ, ଷ୍ଟାଫ୍ ଓ ଡାକ୍ତର ଯେଭଳି ସମସ୍ତଙ୍କ ଯତ୍ନ ନେଉଛନ୍ତି ତାହା ଧନ୍ୟବାଦର ଯୋଗ୍ୟ।

video courtesy – nbc news

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories