www.samajalive.in
Wednesday, December 10, 2025
26.1 C
Bhubaneswar

ସମ୍ ହସ୍ପିଟାଲରେ ହେବ କୋଭିଡ୍ ଭ୍ୟାକସିନ୍‍ର ପରୀକ୍ଷଣ

ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‍ ହସ୍ପିଟାଲକୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି।

ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ୍‍ର କ୍ଲିନିକାଲ୍‍ ଟ୍ରାଏଲ୍‍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍‍ ଭାବେ ଆଇଏମଏସ ଆଣ୍ଡ ସମ୍‍ ହସପିଟାଲ ମନୋନୀତ ହୋଇଥିବା ବିଷୟରେ ଆଇସିଏମଆର ଆଜି ଜଣାଇଛି। ସେହିପରି ଓଡ଼ିଶାରେ କୋଭିଡ୍‍-୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍‍ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍‍ ମଧ୍ୟରୁ ସମ୍‍ ହସପିଟାଲ୍‍ ଅନ୍ୟତମ ଭାବେ ମନୋନୀତ ହୋଇଛି।

- Advertisement -

କୋଭିଡ୍‍-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ୍‍ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍‍ ହସପିଟାଲ୍‍କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ହସପିଟାଲ୍‍ର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ୱ ତୁଲାଇବେ।

ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍‍ ପ୍ରସ୍ତୁତ କରଯାଉଛି। ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି।  ୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ୍‍ ପରୀକ୍ଷଣ ନେଇ ମନୋନୀତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ତେବେ ହସପିଟାଲ୍‍ର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ କରାଯିବ।
ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ। ହସପିଟାଲ୍‍ର ମେଡିସିନ ବିଭାଗର ପ୍ରଫେସର ଡ. ଚନ୍ଦନ ଦାସ ଏହି ପ୍ଲାଜମା ଥେରାପିର ଦାୟିତ୍ୱ ତୁଲାଇବେ।

‘‘ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି ଯାହାକି ତୁରନ୍ତ ପ୍ଲାଜମା ଥେରାପି ଆରମ୍ଭ କରିବା ପାଇଁ ସାହାଯ୍ୟ କରିବ। ସମ୍‍ ହସପିଟାଲ୍‍ରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟ୍ରାନ୍‍ସଫ୍ୟୁଜନ ମେଡିସିନର ପୋଷ୍ଟ ଗ୍ରାଜୁଏଟ ବିଭାଗ ମଧ୍ୟ ରହିଛି’’ ବୋଲି ସୂଚନା ଦେଇଛନ୍ତି ଟ୍ରାନସ୍‍ଫ୍ୟୁଜନ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନଗୋ।

ଆଇଏମଏସ ଆଣ୍ଡ ସମ୍‍ ହସପିଟାଲ୍‍ ପକ୍ଷରୁ କରୋନା ସଂକ୍ରମିତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ତାଳଚେରରେ ତିନୋଟି କୋଭିଡ-୧୯ ହସପିଟାଲ ସ୍ଥାପିତ କରାଯାଇ ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଆଇଇସିର ଅନୁମୋଦନ ପାଇବାପରେ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ କରାଯିବ। ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରାଯିବା ନେଇ ଆଜି ନିଷ୍ପତି ହୋଇଛି। ଏହି ବୈଠକରେ ସୋଆ କୂଳପତି ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories