ସମ୍ବଲପୁର: ସମ୍ବଲପୁରରେ ଆନ୍ଧ୍ର ମାଛରୁ ଫର୍ମାଲିନ ମିଳିଛି। ସମ୍ବଲପୁରରେ ଯାଞ୍ଚ ସମୟରେ ୨ଟି ମାଛରେ ଫର୍ମାଲିନ ଥିବା ଜଣା ପଡିଛି। କୁଲୁଥକାନିରେ ଥିବା ମାଛ ମାର୍କେଟରୁ ଏହି ଫର୍ମାଲିନ ମାଛ ମିଳିଥିବା ସୂଚନା ମିଳିଛି। ଅଧିକ ପରୀକ୍ଷା ପାଇଁ ମାଛକୁ ଭୁବନେଶ୍ୱର ପଠାଯିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।
ମାଛରେ ଫର୍ମାଲିନ ଥିବା ସୂଚନା ମିଳିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ମହାନଗର ନିଗମ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଚଢଉ କରାଯାଇ ନମୁନା ସଂଗ୍ରହ କରାଯାଇଥିଲା। ଆସନ୍ତାକାଲି କୌଣସି ମାଛରେ ଫର୍ମାଲିନ ନ ଥିବା ଜଣା ପଡିଥିଲା।
ସମ୍ବଲପୁର ମାଛରୁ ମିଳିଲା ଫର୍ମାଲିନ
Popular Categories



