କଲ୍ୟାଣସିଂହପୁର: ରା ୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ହନୁମାନ ଜଙ୍ଗସନ କ୍ଲବର ପୂଜା କମିଟି ଆନୁକୂଲ୍ୟରେ ମାଣବସା ଧନଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି । ଆଜି ସକାଳୁ ରୀତିନୀତି ଅନୁଯାୟୀ ପୂଜା ଅଙ୍କୁରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମା ଲକ୍ଷ୍ମୀଙ୍କ ଆବାହନ, ହୋମ ଇତ୍ୟାଦି ପୂଜା ଆରମ୍ଭ କରାଯାଇଛି । ବୁଧବାର ସନ୍ଧ୍ୟାରେ ୧୧ଟି କଳସ ଯାତ୍ରା କରି ସ୍ଥାନୀୟ ତ୍ରିବେଣୀ ଘାଟ ଠାରୁ ପୁରହିତ ଲାରା ମିଶ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ କରି ଗଙ୍ଗାଙ୍କୁ ଆବାହନ କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପ ରେ ସ୍ଥାପନ କରିଥିଲେ। ଏହାପରେ ବାଣ ଫୁଟାଇ ବାଜାବାଜଣା ବଜାଇ ଜଗନ୍ନାଥମନ୍ଦିରରୁ ଲକ୍ଷ୍ମୀ ଠାକୁରାଣୀଙ୍କ ଠାରୁ ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ପୂଜା ଆରମ୍ଭ କରିଛନ୍ତି । ମେଡ,ତୋରଣ ଓ ଆଲୋକ ରେ ପୂଜାମଣ୍ଡପ କୁ ସୁସଜିତ କରାଯାଇଛି ।
ଏହା ଚଳିତ ମାସ ୧୩ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତପୂଜା କରାଯିବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି ।୧୬,୧୭,୧୮ ତାରିଖରେ ବୁଗିବୁଗି,୧୯ ତାରିଖରେ ରାୟଗଡା ର ପିଡ଼ିସି ଡ୍ୟାନ୍ସ ଗ୍ରୁପ , ,୨୧ତାରିଖ ସନ୍ଧ୍ୟାରେ ୩୦୦୧ ଦୀପ ଯଜ୍ଞ ଓ କୋରାପୁଟର ହରଗୌରୀ ଦୃଷ୍ଟି ହୀନ ଭଜନସମାରୋହ,୨୩ତାରିଖରେ ଅର୍ଣ୍ଣ ପ୍ରସାଦ ବଣ୍ଟନ ଓ ୨୪ତାରିଖରେ ଭାଷାଣି ଉତ୍ସବ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।ଏହି ପୂଜାରେ କଲ୍ୟାଣସିଂହପୁରବ୍ଲକରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି ।



