www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରିଟେନ ରାଣୀଙ୍କୁ କୋହିନୁର ସମର୍ପଣ କରିଥିଲେ ଲାହୋର ମହାରାଜା

ନୂଆଦିଲ୍ଲୀ : ବହୁମୂଲ୍ୟ କୋହିନୁର ହୀରାକୁ ନେଇ ଚର୍ଚ୍ଚା ଥମିବା ପରିବର୍ତ୍ତେ ଦିନକୁ ଦିନ ନୂଆ ଚର୍ଚ୍ଚା ଆରମ୍ଭ ହେଉଛି। ଏହି ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଅକ୍ଟୋବର ୧୦ରେ ଦେଇଥିବା ଉତ୍ତରକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଲୁଧିଆନାସ୍ଥିତ ଆରଟିଆଇ କର୍ମୀଙ୍କ ଆବେଦନ ଉପରେ ଉତ୍ତର ଦେଇ ଏଏସଆଇ କହିଛି ଯେ ୧୭୦ ବର୍ଷ ପୂର୍ବେ କୋହିନୁର ହୀରାକୁ ବ୍ରିଟିଶ ସରକାରଙ୍କୁ ଦିଆଯାଇ ନ ଥିଲା। ଏହି ହୀରାକୁ ଲାହୋର ମହାରାଜା ବ୍ରିଟେନ ରାଣୀଙ୍କୁ ସମର୍ପଣ କରିଥିଲେ। ଏଏସଆଇର ଏହି ଉତ୍ତର ଭାରତ ସରକାର ସୁପ୍ରିମକୋର୍ଟରେ ଦେଇଥିବା ଉତ୍ତରର ସମ୍ପୂର୍ଣ୍ଣ ଭିନ୍ନ। ୨୦୧୬ ଏପ୍ରିଲରେ ଭାରତ ସରକାର ସୁପ୍ରିମକୋର୍ଟରେ ଦେଇଥିବା ଉତ୍ତରରେ କହିଥିଲେ ଯେ କୋହିନୁର ହୀରାକୁ ବ୍ରିଟିଶ ସରକାର ଚୋରି କରି ନଥିଲେ କି ଏହାକୁ ବଳପୂର୍ବକ ଛଡ଼ାଇ ନେଇ ନଥିଲେ। ଏହି ହୀରାକୁ ପଞ୍ଜାବର ତତ୍କାଳୀନ ରାଜା ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଦେଇଥିଲେ।
ଲୁଧିଆନାର ଆରଟିଆଇ କର୍ମୀ ରୋହିତ ସବରୱାଲ କହିଛନ୍ତି ଯେ କୋହିନୁର ହୀରା ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଠାରୁ ଉତ୍ତର ଲୋଡିଥିଲେ। ତେବେ ଏହି ଆବେଦନକୁ ପିଏମଓ ଏଏସଆଇ ନିକଟକୁ ପଠାଇଦେଇଥିଲେ। ଯିଏ ଏହି ଉତ୍ତର ପ୍ରଦାନ କରିଛି। ଏଏସଆଇ କହିଛି ଯେ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟରେ ରହିଥିବା ତଥ୍ୟ ଅନୁଯାୟୀ ୧୮୪୯ରେ ଲର୍ଡ ଡେଲହାଉସି ଓ ମହାରାଜା ଦିଲ୍ଲୀପ ସିଂହଙ୍କ ମଧ୍ୟରେ ଲାହୋର ଚୁକ୍ତି ହୋଇଥିଲା। ଏହି ସମୟରେ ମହାରାଜା ଦିଲୀପ କୋହିନୁର ହୀରାକୁ ବ୍ରିଟେନ ରାଣୀଙ୍କୁ ସମର୍ପଣ କରିଥିଲେ। ୧୪୦୦ ଶତାବ୍ଦୀରେ ଏହି ହୀରାକୁ ଦକ୍ଷିଣ ଭାରତରେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ଇଂରେଜମାନଙ୍କ ହାତକୁ ଚାଲିଯାଇଥିଲା। ଏଏସଆଇ ଯେଉଁ ଉତ୍ତର ଦେଇଛି ତାହା ଲାହୋର ଚୁକ୍ତି ଆଧାରିତ। ଚୁକ୍ତି ସ୍ୱାକ୍ଷର ସମୟରେ ଦିଲୀପ ସିଂହ ନାବାଳକ ଥିଲେ। ଆରଟିଆଇ କର୍ମୀ ସବରୱାଲ କହିଛନ୍ତି ଯେ ସେ ନିକଟରେ ବ୍ରିଟେନ ଯାଇଥିଲେ। ସେଠାରେ ସେ କୋହିନୁର ହୀରାକୁ ଏକ ସଂଗ୍ରହାଳୟରେ ଦେଖିବାକୁ ପାଇଥିଲେ। କୋହିନୁର ହୀରା ସମ୍ପର୍କରେ ଯେଉଁ ସୂଚନା ଦିଆଯାଇଥିଲା ତାହା ଏକ ଉପହାର ବୋଲି ଜଣାଯାଇଥିଲା। ବ୍ରିଟେନରୁ ଫେରିବା ପରେ ସବରୱାଲ ଏ ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଆବେଦନ କରିଥିଲେ। ଏବେ ଯେଉଁ ଉତ୍ତର ମିଳିଛି ତାହା ଭାରତ ସରକାରଙ୍କ ଉତ୍ତରର ସମ୍ପୂର୍ଣ୍ଣ ଭିନ୍ନ। ଏଏସଆଇ ଓ ଭାରତ ସରକାରଙ୍କ ଉତ୍ତରରେ ଏପରି ଭିନ୍ନତା ସମ୍ପର୍କରେ ସରକାର ସ୍ପଷ୍ଟ କରିବା ଦରକାର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories