www.samajalive.in
Monday, December 8, 2025
20.1 C
Bhubaneswar

କଡ଼ା ସୁରକ୍ଷା ବ୍ୟବସ୍ଥାରେ ଚାଲିଛି, ଜମ୍ମୁ-କାଶ୍ମୀରରେ ପୌର ନିର୍ବାଚନ ପାଇଁ ମତଦାନ

ଶ୍ରୀନଗର : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ-କାଶ୍ମୀର ପୌରନିଗମ ଓ ପୌର ପରିଷଦ ଗୁଡିକ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଦୁଇ ପ୍ରମୁଖ ରାଜନୈତିକ ଦଳ ପିଡିପି ଏବଂ ନେସନାଲ କନଫରେନ୍ସ ଦ୍ୱାରା ନିର୍ବାଚନ ବର୍ଜନ ସତ୍ତ୍ବେ ପ୍ରଥମ ପର୍ଯ୍ୟାୟରେ ଜମ୍ମୁ, କାଶ୍ମୀର ଓ ଲଦାଖ୍‍ ଅଞ୍ଚଳର ୪୨୨ଟି ୱାର୍ଡ ପାଇଁ ମତଦାନ ହେଉଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ଏବଂ ଅପରାହ୍ନ ୪ଟାରେ ଶେଷ ହେବ। ମତଦାନ ହେଉଥିବା ଅଞ୍ଚଳରେ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି।
କାଶ୍ମୀର ଉପତ୍ୟକାରେ ଶ୍ରୀନଗର ପୌରନିଗମର ୩ଟି ଯାକ ୱାର୍ଡ ଏବଂ କୁପୱାଡା, ହାଣ୍ଡାୱାଡା,ବନ୍ଦିପୋରା, ବୁଦ୍‍ଗାଁଓ, ବାରମୁଲ୍ଲା ଓ ଅନନ୍ତନାଗର ପୌର ପରିଷଦ ଗୁଡିକ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ କାରଗିଲ ଓ ଲେହେର ପୌର କମିଟି ଗୁଡିକ ପାଇଁ ମଧ୍ୟ ମତଦାନ ହେଉଛି। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଇଭିଏମ୍‍ ବ୍ୟବହାର କରାଯାଉଛି। ଜାମ୍ମୁ ଅଞ୍ଚଳର ୨୪୭ଟି ୱାର୍ଡ, କାଶ୍ମୀର ଉପତ୍ୟକାରେ ୧୪୯ଟି ଏବଂ ଲଦାଖର ୨୬ଟି ୱାର୍ଡ ପାଇଁ ୧୨୮୩ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି। କାଶ୍ମୀର ଉପତ୍ୟକାର ୧୪୯ଟି ୱାର୍ଡରେ ୪ହଜାର ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି। କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟି ନାହିଁ, ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଚାଲିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ  ଗୁପ୍ତ ମତଦାନ ଜରିଆରେ ୨୦୦୫ ମସିହାରେ ଶେଷ ଥର ପାଇଁ ଜାମ୍ମୁ କାଶ୍ମୀରରେ ପୌର ନିର୍ବାଚନ କରାଯାଇଥିଲା ଏବଂ ଏହାର ୫ବର୍ଷିଆ କାର୍ଯ୍ୟକାଳ ଫେବୃୟାରୀ ୨୦୧୦ରେ ଶେଷ ହୋଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories