କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

0

ଟିଟିଲାଗଡ: କୃର୍ମି ନିରୋଧକ ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଘୁନସର ପ୍ରାଥମିକ ବିଦ୍ୟାଳୟର ୨୫ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣା ପଡିଛି। ଅସୁସ୍ଥମାନଙ୍କୁ ସଇଁତଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।
ସୂଚନାଯୋଗ୍ୟ ଯେ, ଘୁନସର ପ୍ରାଥମିକ ବିଦ୍ୟାଳୟରେ ମୋଟ ୫୦ଜଣ ଛାତ୍ରଛାତ୍ରୀଙ୍କୁ କୃମି ନିରୋଧକ ଔଷଧ ଖାଇବାକୁ ଦିଆଯାଇଥିଲା। ଔଷଧ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଯାଇଥିଲେ।

kalyan agarbati
Leave A Reply