www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ଯୁଦ୍ଧରେ ପୁଲିସ ଯୋଦ୍ଧା

ନୟାଗଡ଼ :ସମାଜରେ ଦେଖା ଯାଉଥିବା ବିଭିନ୍ନ ବିପର୍ଯ୍ୟୟ କାଳରେ ଲୋଡ଼ାପଡ଼େ ପୁଲିସ ।  ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସେମାନେ ଲୋକଙ୍କ ପାଖରେ ସହାୟତା ଯୋଗାଇଥାନ୍ତି । ଯେମିତି ଏବେ ଲୋକମାନେ ଘର ଭିତରେ ଗୃହବନ୍ଦୀ ହୋଇ ସତର୍କ ରହୁଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ପୁଲିସ ରାସ୍ତା ଉପରେ ଲୋକଙ୍କ ସ୍ବାର୍ଥକୁ ଜଗିଛି ।
ସାମାଜିକ ଦୂରତାକୁ ପ୍ରାଥମିକତା ଦିଆଯାଉଥିଲେ ମଧ୍ୟ ସେମାନେ ପ୍ରତିଦିନ ଶହଶହ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଅମାନିଆ ଗାଡ଼ି ଚାଳକଙ୍କୁ ରାସ୍ତାରେ ଅଟକାଇ ଯାଞ୍ଚ କରୁଛନ୍ତି । ଏସବୁ କେବଳ ଲୋକଙ୍କ ସୁରକ୍ଷା ପାଇଁ କରାଯାଉଛି । ଖରା-ବର୍ଷାକୁ ଖାତିର ନକରି ସେମାନେ ଲୋକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଏହି ଯୁଦ୍ଧରେ ।
ତେଣୁ ପୁଲିସ କର୍ମଚାରୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ । ବିନା କାରଣରେ ସେମାନଙ୍କୁ ଅପମାନିତ ନକରି ଆନ୍ତରିକତା ସହ ସହଯୋଗ କରିବା ଦରକାର । ପୁଲିସର ଏଭଳି କାର୍ୟ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।
ସ୍ୱାସ୍ଥ୍ୟ କର୍ମଚାରୀମାନେ ରୋଗୀଙ୍କ ନିକଟତର ହୋଇ ସେବା କରୁଥିବାରୁ ସେମାନଙ୍କ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏନେଇ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ରାଜ୍ୟ ସରକାର ଚିନ୍ତା କରି ଇନ୍‌ସୁରାନ୍ସ ବ୍ୟବସ୍ଥା କରିଛନ୍ତି । ସେହିପରି ପୁଲିସ କର୍ମଚାରୀମାନେ କାର୍ଯ୍ୟ ସମୟରେ ସବୁବେଳେ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେମାନେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ରାଜ୍ୟ ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories