www.samajalive.in
Saturday, December 6, 2025
26.1 C
Bhubaneswar

ଉପା ଅମଳରେ ହାଲ୍‍କୁ ରାଫେଲ୍‍ ଚୁକ୍ତିରୁ ବାଦ୍‍ ଦିଆଯାଇଥିଲା: ସିଥାରମଣ୍‍

ନୂଆଦିଲ୍ଲୀ: ଉପା ଅମଳରେ ରାଫେଲ୍‍ ଚୁକ୍ତି ବେଳେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‍(ହାଲ୍‍)କୁ ବାଦ୍‍ ଦିଆଯାଇଥିଲା। ଡାସଲ୍ଟ୍‍ ଏଭିଏସନ୍‍ର ଉତ୍ପାଦନ ସର୍ତ୍ତରେ ହାଲ୍‍ ରାଜି ନ ହେବାରୁ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିରୁ ହାଲ୍‍କୁ ବାଦ୍‍ ଦିଆଯାଇଥିଲା। କଂଗ୍ରେସର ଆରୋପର ପ୍ରତ୍ୟୁତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣ୍‍ ଉପରୋକ୍ତ ସୂଚନା ଦେଇଛନ୍ତି।
ରାଫେଲ୍‍ ଜେଟ୍‍ ସ୍ତରୀୟ ଯୁଦ୍ଧ ଜାହାଜ ନିର୍ମାଣ କରିବାର କ୍ଷମତା ହାଲ୍‍ର ନାହିଁ ବୋଲି ସିଥରମଣ୍‍ କହିଥିଲେ। ଏହାର ପ୍ରତିକ୍ରିୟାରେ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ କେ ଆଣ୍ଟୋନି କହିଥିଲେ ଯେ ସିଥାରମଣ ହାଲ୍‍ର ପ୍ରତିଷ୍ଠା ଓ ସମ୍ମାନ ପ୍ରତି ହାନି ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି। ହାଲ୍‍ ଦେଶର ଏକ ମାତ୍ର କମ୍ପାନୀ ଯିଏ ଫାଇଟର ଜେଟ୍‍ ନିର୍ମାଣ କରୁଛି। ଆଣ୍ଟୋନି ଆହୁରି କହିଛନ୍ତି ଯେ କେତେ ସଂଖ୍ୟାରେ ପ୍ରତିରକ୍ଷା ଉପକରଣ କିଣାଯିବ ତାହା କେବଳ ପ୍ରତିରକ୍ଷା କ୍ରୟ ପରିଷଦ ନିଷ୍ପତ୍ତି ନେବାର ଅଧିକାର ରହିଛି। କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାର ୩୬ଟି ଜେଟ୍‍ କିଣିବେ ବୋଲି ଚୁକ୍ତି କରିଛନ୍ତି। ଏହା ପ୍ରତିରକ୍ଷା କ୍ରୟ ପ୍ରକ୍ରିୟାର ଉଲ୍ଲଂଘନ।
ଏହାର ଉତ୍ତରରେ ସିଥାରମଣ କହିଛନ୍ତି ଯେ କଂଗ୍ରେସ ଚୁକ୍ତିଠାରୁ ୯% ଶସ୍ତାରେ ଓ ଯଥା ସମୟରେ ରାଫେଲ୍‍ ଜେଟ୍‍ ଭାରତକୁ ଆସିବ। ଏ ସମ୍ପର୍କରେ ଆଲୋଚନା ପରେ ହିଁ ନିଷ୍ପତ୍ତି ହୋଇଛି। ସେହିପରି କ୍ରିକେଟ୍‍ ତାରକା ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ସେନାଧ୍ୟକ୍ଷଙ୍କ ସହିତ ଆଲିଙ୍ଗନ ଘଟଣାକୁ ସିଥାରମଣ ନିନ୍ଦା କରିଛନ୍ତି। ସିଦ୍ଧୁଙ୍କ ଏତାଦୃଶ କାର୍ଯ୍ୟକଳାପ ଭାରତର ସେନା ଓ ଜନସାଧାରଣଙ୍କୁ ହତୋତ୍ସାହିତ କରିଛି ବୋଲି ସିଥାରମଣ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories