www.samajalive.in
Tuesday, December 9, 2025
16.1 C
Bhubaneswar

ଉତ୍ତର ପୂର୍ବାଞ୍ଚଳରେ ୧୩ହଜାର କୋଟି ଟଙ୍କା ନିବେଶ କରିବ ଜାପାନ

ନୂଆଦିଲ୍ଲୀ : ଜାପାନ ସରକାର ଭାରତର ଉତ୍ତର-ପୂର୍ବାଞ୍ଚଳରେ ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ଜାରି ରହିଥିବା କେତେକ ନୂଆ ପ୍ରକଳ୍ପରେ ୨୦୫.୭୮୪ ବିଲିୟନ ୟେନ ଅର୍ଥାତ ପ୍ରାୟ ୧୩ ହଜାର କୋଟି ଟଙ୍କା ନିବେଶ କରିବା ଲାଗି ନିଷ୍ପତି ନେଇଛନ୍ତି। ଉତର-ପୂର୍ବାଞ୍ଚଳ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ସହିତ ଜାପାନର ରାଷ୍ଟ୍ରଦୂତ ଶ୍ରୀ କେଞ୍ଜି ହୀରାମାତ୍‍ସୁଙ୍କ ନେତୃତ୍ୱରେ ଏକ ଜାପାନୀ ପ୍ରତିନିଧି ଦଳ ବୁଧବାର ନୂଆଦିଲ୍ଲୀରେ ଏକ ବୈଠକରେ ଆଲୋଚନା
କରିବା ପରେ ଏହି ସୂଚନା ଦିଆଯାଇଛି। ଯେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଜାପାନ ସହଯୋଗ କରିବ, ସେଥି ମଧ୍ୟରେ ଗୌହାଟୀରେ ଜଳଯୋଗାଣ ପ୍ରକଳ୍ପ
ଏବଂ ଗୌହାଟୀ ଜଳ ନିଷ୍କାସନ ପ୍ରକଳ୍ପ, ଆସାମ ଏବଂ ମେଘାଳୟରେ ବ୍ୟାପ୍ତ ଉତର-ପୂର୍ବାଂଚଳ ସଡ଼କ ନେଟୱାର୍କ ସଂଯୋଗ ଉନ୍ନତିକରଣ ପ୍ରକଳ୍ପ, ସିକ୍କିମରେ ଜୈବ-ବିବିଧତା ସଂରକ୍ଷଣ ଏବଂ ବନ-ପରିଚାଳନା ପ୍ରକଳ୍ପ, ତ୍ରିପୁରାରେ ନିରନ୍ତର ବନ ପରିଚାଳନା ପ୍ରକଳ୍ପ, ମିଜୋରାମରେ ନିରନ୍ତର କୃଷି ଏବଂ ଜଳସେଚନ ଲାଗି ବୈଷୟିକ ସହଯୋଗ ପ୍ରକଳ୍ପ, ନାଗାଲାଣ୍ଡରେ ବନ ପରିଚାଳନା ପ୍ରକଳ୍ପ ଆଦି ସାମିଲ ରହିଛି। ବିଗତ ତିନିରୁ ଚାରି ବର୍ଷ ଧରି ଉତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ଏବଂ ପରିବର୍ତନରେ ଜାପାନର ଯୋଗଦାନକୁ ଡ. ଜିତେନ୍ଦ୍ର ସିଂ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆଗାମୀ ଦିନରେ ସହଯୋଗର କେତେକ ନୂଆ କ୍ଷେତ୍ର ସନ୍ଧାନ କରାଯିବ, ଯେଉଁଥିରେ ବାଉଁଶ ସହ ଜଡ଼ିତ କ୍ଷେତ୍ରରେ ସହଯୋଗ ମିଳିପାରିବ। ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ବ୍ରିଟିଶ ସରକାର ଅମଳରୁ ଚାଲି ଆସୁଥିବା ୧୯୧୯ର ଭାରତୀୟ ଜଙ୍ଗଲ ଆଇନରେ ସଂଶୋଧନ କରିଛନ୍ତି ଯଦ୍ଦ୍ୱାରା ଦେଶରେ ଉତ୍ପାଦିତ ବାଉଁଶକୁ ଏହି ଆଇନ ଠାରୁ ବାହାରେ ରଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories