www.samajalive.in
Monday, December 8, 2025
20.1 C
Bhubaneswar

ଶୀତଦିନିଆ ପରଟା

ଆବଶ୍ୟକ ସାମଗ୍ରୀ :

ସିଝା ଆଳୁ – ୨ଟି

- Advertisement -

ପୁଦିନା ପତ୍ର (କଟା ହୋଇଥିବା) – ୧କପ

ଅଟା – ୧କପ

ମଇଦା – ୧କପ

ପିଆଜ (କଟା ହୋଇଥିବା) – ୧ଟି

ଲଙ୍କାଗୁଣ୍ଡ – ଆବଶ୍ୟକ ଅନୁଯାୟୀ

ଧନିଆ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଆବଶ୍ୟକ ଅନୁଯାୟୀ

ଲୁଣ – ସ୍ବାଦ ଅନୁସାରେ

ତେଲ

ପାଣି

ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ପାତ୍ର ନେଇ ସେଥିରେ ଅଟା, ମଇଦାରେ ଲୁଣ ଓ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିଲା ପରେ ତାକୁ ନରମ କରିବା ପାଇଁ କିଛି ସମୟ ରଖି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଆଳୁକୁ ଭଲ ଭାବେ ଚକଟି ଦିଅନ୍ତୁ। ସେଥିରେ ପୁଦିନା ପତ୍ର, କଟା ପିଆଜ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଚକଟି ଥିବା ଅଟାକୁ ନେଇ ଛୋଟ ଛୋଟ ବଲ ଆକୃତିର କରନ୍ତୁ। ତାପରେ ଗୋଲ ଗୋଲ କରି ତାକୁ ବେଲି ତା ମଝିରେ ଆଳୁର ମିଶ୍ରଣ ଦେଇ ଦିଅନ୍ତୁ। ପୁଣି ତାକୁ ହାଲକା ବେଲି ଦିଅନ୍ତୁ।

ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହୋଇଗଲେ ସେଥିରେ ବେଲି ଥିବା ରୁଟିକୁ ପକାନ୍ତୁ। ତାପରେ ରୁଟି ଉପରେ ଅଳ୍ପ ଅଳ୍ପ ତେଲ ପକାଇ ସେକନ୍ତୁ। ଗୋଟିଏ ପଟ ସେକିବା ପରେ ତାକୁ ଓଲଟାଇ ପୁଣି ତେଲ ଲଗାଇ ରୁଟିକୁ ସେକନ୍ତୁ। ଏହିପରି ସମସ୍ତ ରୁଟିକୁ ସେକନ୍ତୁ।

ପ୍ରସ୍ତୁତ ହୋଇଗଲା ଆପଣଙ୍କ ପରଟା। ଏହା ଉପରେ ଧନିଆ ପତ୍ର ପକାଇ ଗରମାଗରମ ଖାଆନ୍ତୁ। ଏହି ପରଟାକୁ ଆପଣ ଆଚାର କିମ୍ବା ମିଠା ଦହି ସହ ଖାଇ ପାରିବେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories