www.samajalive.in
Monday, December 8, 2025
13.1 C
Bhubaneswar

ଖୋଲିଲା ‘ମ୍ୟୁଜିକ୍ ସ୍କୋୟାର’, ଗୋଟିଏ ଛାତ ତଳେ ମିଳିବ ବିସ୍ତୃତ ବାଦ୍ୟଯନ୍ତ୍ର

ଭୁବନେଶ୍ୱର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଶୁଭାରମ୍ଭ ହୋଇଛି ୟାମାହା ‘ମ୍ୟୁଜିକ୍ ଇଣ୍ଡିଆ’ ଏବଂ ୟାମାହା କର୍ପୋରେସନ୍‌ର ୟାମାହା ‘ମ୍ୟୁଜିକ୍ ସ୍କୋୟାର’। ଏହି ଷ୍ଟୋରଟି ଅଧିକୃତ ଡିଲର ପାର୍ଟନର ଆକ୍ୱାର୍ଡ଼ ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ଼ ଆନୁକୂଲ୍ୟରେ ଖୋଲିଛି। ଏହାକୁ ଅତିଥି ଭାବେ ୟାମାହା ମ୍ୟୁଜିକ ଇଣ୍ଡିଆର ସେଲ୍ସ ୟୁନିଟ୍ ମୁଖ୍ୟ ତାକାଓ ସୁଜୁକି, ବାଣିଜ୍ୟିକ ମୁଖ୍ୟ ରୋହନ ସିଦ୍ଦିକି, ପ୍ରବନ୍ଧକ ୟୁତାରୁ ୱାଟାନାବେ, ଆଉଟଲେଟର ସ୍ୱତ୍ତ୍ୱାଧିକାରି ଅଭିଷେକ କୁମାର ଏବଂ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ। ସାରା ଦେଶରେ କମ୍ପାନୀ ଉପସ୍ଥିତ ରହିଥିବା ବେଳେ ଏହା ଓଡ଼ିଶାର ପ୍ରଥମ ଏକ୍ସକ୍ଲୁସିଭ ରିଟେଲ ଆଉଟଲେଟ। ଏଠାରେ ୟାମାହାର ବିସ୍ତୃତ ବର୍ଗର ମ୍ୟୁଜିକ୍ ଇନ୍‌ଷ୍ଟ୍ରୁମେଣ୍ଟ ଉପଲବ୍ଧ ହେବ। ଏହା ମଧ୍ୟରେ ପୋର୍ଟେବୁଲ କି ବୋର୍ଡ଼, ଡ଼ିଜିଟାଲ ୱାର୍କ ଷ୍ଟେଶନ, ବିଭିନ୍ନ ବର୍ଗର ଗିଟାର, ଡ଼ିଜିଟାଲ ପିଆନୋ, ଆକୋଷ୍ଟିକ ପିଆନୋ, ସିନ୍ଥେସାଇଜର ଏବଂ ଆସେସୋରିଜ, ୱିଣ୍ଡ୍ ଇନ୍‌ଷ୍ଟ୍ରୁମେଣ୍ଟ, ପର୍କସନ ଓ ଡ଼୍ରମ ସାମିଲ ରହିଛି। ଏହା ସହ ବିଭିନ୍ନ ଅଡ଼ିଓ ଭିଜୁଆଲ୍ ସାଉଣ୍ଡ ବାର୍ ଯଥା ହେଡ଼୍‌ଫୋନ୍‌, ଇୟରଫୋନ୍‌, ପୋର୍ଟେବୁଲ ପିଏ ସିଷ୍ଟମ, ଡିଆଡ଼ାରିଓ ଗିଟାର ଷ୍ଟ୍ରଙ୍ଗ, ସ୍ପେକ୍ଟ୍ରମ, ଗିଟାର ଷ୍ଟ୍ରାପ, ଗିଟାର କ୍ୟାପୋ, ଡ଼୍ରମ ଷ୍ଟିକ୍ ଭଳି ଅନ୍ୟ ଉତ୍ପାଦ ଏଠାରେ ଗ୍ରାହକ ପାଇପାରିବେ। ଏହା ୟାମାହାର ଏକ୍ସପେରିଏନ୍ସ ଜୋନ୍ ହୋଇଥିବା ବେଳେ ଗ୍ରାହକ ପ୍ରିମିୟମ୍ ଉତ୍ପାଦଗୁଡ଼ିକର ଟଚ୍ ଆଣ୍ଡ୍ ଫିଲ୍ ଲାଭ କରିପାରିବେ। ଏହି ଅବସରରେ ୟାମାହା ଡ଼ିଟିଏକ୍ସ ଡ଼୍ରମ ଆର୍ଟିଷ୍ଟ ଜୁଡ଼ ପିଟର, ୱାର୍କ ଷ୍ଟେସନ ସିରିଜର ଡ଼େମନଷ୍ଟ୍ରେଟର ଗ୍ଲେନ ଫର୍ଣ୍ଣାଣ୍ଡିଜ, ପିଆନୋର ଇନ୍‌ହାଉସ ପ୍ରଡ଼କ୍ଟ ସ୍ପେଶାଲିଷ୍ଟ ଦେବବ୍ରତ ଦେ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories