www.samajalive.in
Monday, December 8, 2025
17.1 C
Bhubaneswar

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ତିବତ ଗସ୍ତ ଭାରତ ପାଇଁ ବିପଦ- ଆମେରିକା କଂଗ୍ରେସ ସଦସ୍ୟ

ୱାଶିଂଟନ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଗତ ସପ୍ତାହରେ ତିବତ ଗସ୍ତ ଭାରତ ପାଇଁ ବିପଦ ବୋଲି ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ କହିଛନ୍ତି । ଚାଇନାର ଏଭଳି ଅଭିଯାନକୁ ପ୍ରତିହତ କରିବା ଦିଗରେ ଜୋ ବାଇଡେନଙ୍କ ସରକାର ଯଥେଷ୍ଟ ପଦକ୍ଷେପ ନେଉନଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ ଜିନପିଙ୍ଗ ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶର ଅତି ନିକଟରେ ଥିବା ତିବତର ସହର ନିଙ୍ଗଚି ଗସ୍ତ କରିଥିଲେ । କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସାଧାରଣ ସମ୍ପାଦକ ମଧ୍ୟ ରହିଥିବା ଜିନପିଙ୍ଗ ତାଙ୍କର ଏହି ଗସ୍ତ କାଳରେ ତିବତର ସାମରିକ କମାଣ୍ଡ ବରିଷ୍ଠ ଅଧିକାରୀଙ୍କୁ ଭେଟି ଉକ୍ତ ଅଞ୍ଚଳରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ ।

ତେବେ ଚାଇନାର ଏହି ଏକଛତ୍ର ଶାସକ ଜିନପିଙ୍ଗଙ୍କର ଏଭଳି ତିବତ ଗସ୍ତ ଭାରତ ପାଇଁ ସିଧାସଳଖ ଧମକ ଓ ବିପଦର କାରଣ ବୋଲି କହିଛନ୍ତି ଆମେରିକାର ରିପବ୍ଲିକାନ କଂଗ୍ରେସ ସଦସ୍ୟ ଡେଭିନ ନୁନ୍ସ । ଫକ୍ସ ନ୍ୟୁଜକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ଚାଇନାର ଜଣେ ଏକଛତ୍ର ଶାସକ ତିବତ ଗସ୍ତ କରିଛନ୍ତି । ନିଙ୍ଗଚିକୁ ତାଙ୍କର ଗସ୍ତ କାଳରେ ଜିନପିଙ୍ଗ ନ୍ୟାଙ୍ଗ ନଦୀ ସେତୁ ପରିଦର୍ଶନ କରିବା ସହିତ ବ୍ରହ୍ମପୁତ୍ର ଅବବାହିକାରେ ପରିବେଶ ସଂରକ୍ଷଣ କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ । ସୂଚନାଯୋଗ୍ୟ ଯେ ଚାଇନା ଚଳିତ ବର୍ଷ ବ୍ରହ୍ମପୁତ୍ର ନଦୀରେ ଏକ ବିଶାଳ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି । କିନ୍ତୁ ପ୍ରକୃତ କଥା ହେଉଛି ଯେ ଚାଇନା ତାହାର ଯୋଜନାରେ ଆଗେଇ ଚାଲିଥିବାବେଳେ ବାଇଡେନ ପ୍ରଶାସନ ତାକୁ ମନଇଛା କାମ କରିବାକୁ ଛାଡି ଦେଉଛନ୍ତି । ଆମେରିକାର ହାଉସ ଅଫ ରିପ୍ରେଜେଣ୍ଟେଟିଭସରେ କାଲିଫର୍ଣ୍ଣିଆର ପ୍ରତିନିଧିତ୍ୱ କରୁଥିବା ଏହି ବରିଷ୍ଠ ସାଂସଦ ଜିନପିଙ୍ଗଙ୍କର ତିବତ ଗସ୍ତ ସ୍ୱାଭାବିକ ବୋଲି ମନେକରୁନାହାନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories