www.samajalive.in
Monday, December 8, 2025
20.1 C
Bhubaneswar

ଭାରତରେରେ ବ୍ୟବସାୟିକ ସୁଗମତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଃ. ଜିମ ୟଙ୍ଗ କିମ୍‍ଙ୍କ ସହ ଟେଲିଫୋନରେ ବର୍ତ୍ତାଳାପ କରିଛନ୍ତି। ପ୍ରଥମେ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତର ଐତିହାସିକ ଉତ୍‍ଥାନ ଲାଗି ମିଃ କିମ୍‍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ମାତ୍ର ୪ ବର୍ଷ ମଧ୍ୟରେ ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ରାଷ୍ଟ୍ର ୬୫ଟି ମାନ୍ୟତା ଉପରକୁ ଉଠିବା ଉଲ୍ଲେଖନୀୟ ବିଷୟ। ସେ ଆହୁରି କହିଥିଲେ ଯେ ବ୍ୟାପକ ପଦକ୍ଷେପ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରତିବଦ୍ଧତା ଏବଂ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇପାରିଛି। ସେ ଏହାକୁ ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧୀ ବୋଲି ବର୍ଣ୍ଣନା କରିଥିଲେ। ୟୁଏନଇପି ଚାମ୍ପିଅନ୍ସ ଅଫ ଦି ଆର୍ଥ ପୁରସ୍କାର ଏବଂ ସିଓଲ ଶାନ୍ତି ପୁରସ୍କାର ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯିବା ବିଷୟରେ ଉଲ୍ଲେଖ କରି ମିଃ କିମ୍‍ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ବ୍ୟବସାୟିକ ସୁଗମତା ଲାଗି ଭାରତର ପ୍ରୟାସରେ ବିଶ୍ୱ ବ୍ୟାଙ୍କର ବାଧାମୁକ୍ତ ଏବଂ ନିରନ୍ତର ସମର୍ଥନ ପାଇଁ ମିଃ. କିମ ପ୍ରତିଶ୍ରୁତି ଦେଇଥିଲେ। ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଲାଗି ଭାରତର ପ୍ରୟାସକୁ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବାରେ ବିଶ୍ୱ ବ୍ୟାଙ୍କ ମାନ୍ୟତାଗୁଡ଼ିକ ଭାରତ ପାଇଁ ଏକ ପ୍ରେରଣାର ସ୍ରୋତ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories