www.samajalive.in
Sunday, December 7, 2025
13.1 C
Bhubaneswar

ଶୀତରେ ଖାଆନ୍ତୁ ଖଜୁରୀ, ଗୁଡ

ଖଜୁରୀ –
ଖଜୁରୀରେ ଭିଟାମିନ ଏ, ଫାଇବର, ଆଇରନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କ୍ଷୀର ସହ ଖଜୁରୀର ସେବନ କଲେ ଶରୀର ସୁସ୍ଥ ରହିବା ସହ ହାଡ଼ଗଣ୍ଠି ଯନ୍ତ୍ରଣା ଦୂର ହୋଇଥାଏ।
ଗୁଡ଼ –
ଗୁଡ଼ରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଥଣ୍ଡା ଦିନରେ ଏହାର ସେବନ କରିବା ଦ୍ୱାରା ଥଣ୍ଡା, କାଶରୁ ଏହା ଶରୀରକୁ ଦୂରେଇ ରଖେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଉଷୁମ କ୍ଷୀରରେ ଏହାର ସେବନ କଲେ ଓଜନ ହ୍ରାସ ହୋଇଥାଏ। ପାଚନ ତନ୍ତ୍ର ସୁସ୍ଥ ରହିଥାଏ।
ବାଜରା –
ବାଜରା ଖାଇବା ଦ୍ୱାରା  ଶରୀରରକୁ ଉପଯୁକ୍ତ ପରିମାଣରେ କ୍ୟାଲସିୟମ ଓ ଫାଇବର ମିଳିଥାଏ। ଯାହା ଥଣ୍ଡା କାରଣରୁ ହେଉଥିବା ଶରୀରର ବିଭିନ୍ନ ଯନ୍ତ୍ରଣା ଯେପରି ଆଣ୍ଠୁ, ଗଣ୍ଠି ବ୍ୟଥା ଦୂର କରିଥାଏ। ଏହା କୋଲେଷ୍ଟେରୋଲ୍‍ ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ।
ରାଶି –
ରାଶିରେ ଆଣ୍ଟି-ବ୍ୟାକ୍ଟେରିୟଲ ତତ୍ତ୍ୱ ରହିଛି। ହୃଦୟ ଜନିତ ବିଭିନ୍ନ ସମସ୍ୟାରୁ ଶରୀରକୁ ଦୂରରେ ରଖିବା ସହ ଥଣ୍ଡାରୁ ମଧ୍ୟ ରକ୍ଷା କରେ। କୋଲେଷ୍ଟେରୋଲ୍‍ ର ସ୍ତରକୁ ନିୟନ୍ତ୍ରଣ କରିଥାଏ।
ହଳଦୀ –
ହଳଦୀରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଥଣ୍ଡା ସମୟରେ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ସମସ୍ୟା ଦୂର ହେବା ସହ ଥଣ୍ଡାରୁ ମୁକ୍ତି ମିଳିଥାଏ। ହାଡ଼ ଶକ୍ତ ହୋଇଥାଏ।
ଗାଜର –
ଗାଜରରେ ପୋଟାସିୟମ, ଭିଟାମିନ ଏ, ଆଇରନ ଭରପୁର ମାତ୍ରାରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ବିଟ୍‍ –
ବିଟ୍ ରେ ଭିଟାମିନ ଏ, ବି, ବି-୧୨, ଭଳି ବହୁ ପୋଷକ ତତ୍ତ୍ୱ ରହିଛି। ଏହାର ନିମୟିତ ସେବନ କରିବା ଦ୍ୱାରା ଶରୀର ବିଭିନ୍ନ ରୋଗରୁ ଦୂରେଇ ରହିବା ସହ ହିମୋଗ୍ଲୋବିନ ମାତ୍ରା ବୃଦ୍ଧି କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories