www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାମୀ ମରିବାକୁ ୧୦ବର୍ଷ ବିତିଲା, ମିଳିଲାନି ଭତ୍ତା, ରାସନ କି ଆବାସ

କେଶଦୁରାପାଳ: ସ୍ବାମୀ ମରିବାକୁ ୧୦ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପତ୍ନୀଙ୍କୁ ଆଜି ଯାଏ ଭତ୍ତା ମିଳିନାହିଁ, ରାସନ ନାହିଁ, କି ପ୍ରଧାନମନ୍ତ୍ରୀ ଆବାସଟିଏ ମଧ୍ୟ ମିଳି ପାରି ନ ଥିବା ଜଣାପଡ଼ିଛି। ସରକାର ବିଧବା ମହିଳାଙ୍କୁ ଭତ୍ତା, ବାସହିନଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଭୂମିହିନକୁ ଜମି ଓ ବିଭିନ୍ନ ପ୍ରକାର ଯୋଜନା ଯୋଗାଇ ଦେଉଥିବାର ଡ଼େଙ୍ଗୁରା ପିଟୁ ଥିବାବେଳେ ଏହା ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲା ଘସିପୁର ବ୍ଲକ ରାମଚନ୍ଦ୍ରପୁର ଗ୍ରାମପଚାୟତର ନୂଆଗାଁ ଗ୍ରାମରେ ଜଣେ ୩ଠବର୍ଷର ବିଧବା ମହିଳା ସରୋଜିନୀ ସା ୧୦ ବର୍ଷ ହେଲା ବିଧବା ଭତ୍ତା ପାଇବାରୁ ବଂଚିତ ହୋଇଛନ୍ତି। ତାଙ୍କ ସ୍ବାମୀ ନିରଞ୍ଜନ ସାଙ୍କର ଦୀର୍ଘ ୧୦ବର୍ଷ ତଳେ ମୃତ୍ୟୁ ହୋଇଥିଲା। ସ୍ୱାମୀ ଚାଲିଯିବା ପରେ ସରୋଜିନୀ ସା ବହୁ କଷ୍ଟରେ ପିଲାଙ୍କୁ ନେଇ ଗାଁ ସାହିରେ ମୁଲ ମଜୁରୀ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ବାମୀ ମରିବାକୁ ୧୦ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏ ବିଧବାକୁ ଭତ୍ତା ମିଳି ପାରିନାହିଁ। ବହୁବାର ପଂଚାୟତରେ ଆବେଦନ କରିଥିଲେ ସୁଧା ଆବେଦନ ପତ୍ର ହଜିଯାଉ ଥିବା ସରୋଜିନୀ ଅଭିଯୋଗ କରିଛନ୍ତି।

- Advertisement -

ଏପରି କି ବିଧବା ସରୋଜିନୀକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ମଧ୍ୟ ମିଳୁନାହିଁ ଫଳରେ ସଟ ଡାଉନ ଓ ଲକ ଡାଉନ କରୋନା ମହାମାରୀ ସମୟରେ ଅର୍ଦ୍ଧାହାରରେ ରହୁଥିବା ଜଣାପଡ଼ିଛି। ଏଥି ସହିତ ସରକାର ଗରିବ ବିଧବା ଅସହାୟ ବାସହିନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଉଥିବା ଡ଼େଙ୍ଗୁରା ପିଟୁଥିବା ବେଳେ ଏହା ସବୁ ପଂଚାୟତ ନେତାଙ୍କ ଯୋଗୁ ସରୋଜିନୀ ପାଇଁ ସାତ ସପନ ପାଲଟିଛି। ଆନନ୍ଦପୁର ଉପଜିଲାପାଳ ଦୃଷ୍ଟି ଦେଇ ସରୋଜିନୀକୁ ଭତ୍ତା ସହିତ ଆବସ ଖଣ୍ଡିଏ ଯୋଗାଇ ଦେବା ପାଇଁ ସରୋଜିନୀ ନିବେଦନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories