www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମବଙ୍ଗ ଏବେ ଆତଙ୍କୀସ୍ଥାନରେ ପରିଣତ ହେବାପରି ଲାଗୁଛି : ଦିଲୀପ ଘୋଷ

କଲକାତା : ପଶ୍ଚିମବଙ୍ଗ ଏବେ ଆତଙ୍କୀସ୍ଥାନରେ ପରିଣତ ହେବାପରି ଲାଗୁଛି । ରାଜ୍ୟ ଏମିତି ଅବସ୍ଥାରେ ପହଞ୍ଚିଲାଣି ଯେ ଏଠାରେ କାଶ୍ମୀର ଠାରୁ ମଧ୍ୟ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି କିଛି ବୟାନ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ। ସେ କହିଛନ୍ତି ଯେ ଦେଶ ବିରୋଧୀ ଲୋକ ଏବଂ ଆତଙ୍କବାଦୀଙ୍କ ପାଇଁ ପଶ୍ଚିମବଙ୍ଗ ଏକ ସୁରକ୍ଷିତ ସ୍ଥାନ ହୋଇଗଲାଣି। କିଛିଦିନ ପୁର୍ବରୁ ଅଲିପୁର ଅଞ୍ଚଳରୁ ୬ ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ରାଜ୍ୟର ଅନେକ ସ୍ଥାନରେ ଏକ ନେଟୱାର୍କ ଗଠନ କରାଯାଇଛି।

ରବିବାର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ବାରନଗରରେ ଏକ ବିଜେପି କାର୍ଯ୍ୟକ୍ରମ ପରେ ଦିଲୀପ ଘୋଷ ଏକ ସାମ୍ବାଦିକ ସମ୍ମିଳନୀରେ କିଛିଦିନ ପୁର୍ବରୁ ଅଲିପୁର ଅଞ୍ଚଳରୁ ୬ ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯିବା ଏବଂ ରାଜ୍ୟର ଅନେକ ସ୍ଥାନରେ ଏକ ନେଟୱାର୍କ ଗଠନ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ କେବଳ ଦେଶ ନୁହେଁ ବାଂଲାଦେଶ ମଧ୍ୟ ପଶ୍ଚିମବଙ୍ଗରେ ଆତଙ୍କବାଦୀ ନେର୍ଟୱାର୍କ ଗଢାଯାଉଥିବା ଅଭିଯୋଗ କରିଛି।

- Advertisement -

ସୂଚନାଯୋଗ୍ୟ ବାଂଲାଦେଶ ନେତା ଖାଲେଦା ଜିଆ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ ଆତଙ୍କବାଦୀଙ୍କୁ ଭାରତରେ ତାଲିମ ଦିଆଯାଉଛି ଏବଂ ବାଂଲାଦେଶକୁ ପଠାଯାଇଛି। ଏହି ରାଜ୍ୟ ଆତଙ୍କବାଦୀ ତଥା ନାଗରିକ ବିରୋଧୀ କେନ୍ଦ୍ରରେ ପରିଣତ ହୋଇଛି। ସେମାନେ ଅନ୍ୟ ସ୍ଥାନରୁ ଏଠାକୁ ଆସୁଛନ୍ତି ଏବଂ ଆଶ୍ରୟ ନେଉଛନ୍ତି। ବର୍ତ୍ତମାନ କାଶ୍ମୀର ଅପେକ୍ଷା ପଶ୍ଚିମବଙ୍ଗରେ ଅବସ୍ଥା ଆହୁରି ଖରାପ ବୋଲି ବିଜେପି ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଘୋଷ ଅଭିଯୋଗ କରିଛନ୍ତି।

ଦିଲୀପ ଘୋଷ ଆହୁରି ମଧ୍ୟ କହିଛନ୍ତି ଯେ ବଙ୍ଗବାସୀ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରିକି ତାଙ୍କ ନାମ ଦେଶ ବିରୋଧୀ ଦଳର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ରୋହିଙ୍ଗ୍ୟା ମୁସଲମାନମାନଙ୍କ ଦ୍ବାରା ତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା ବୋଲି ସେ କହିଛନ୍ତି । ଆଲିପୁରଦାର ଜିଲ୍ଲାର ଜୟଗାଓଁରେ ତାଙ୍କୁ ଆକ୍ରମଣ କରାଯାଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଯଦି ସେଦିନ ଘଟଣାର ଭିଡିଓକୁ ତର୍ଜମା କରାଯିବ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ମଧ୍ୟ ଦାବି କରିଛନ୍ତି ।ବର୍ତ୍ତମାନ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ପ୍ରଚୁର ରୋହିଙ୍ଗ୍ୟା ଏବଂ ଅନ୍ୟାନ୍ୟ ଅନୁପ୍ରବେଶକାରୀ ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) କୁ ଭୋଟ୍ ଦେଇଛନ୍ତି ବୋଲି ଘୋଷ କହିଛନ୍ତି। ଏହା ଅତ୍ୟନ୍ତ ଉଦବେଗ ଜନକ କଥା ଯେ କିଛି ରାଜନୈତିକ ଦଳ ତାଙ୍କ ସ୍ବାର୍ଥ ପାଇଁ ଆତଙ୍କବାଦୀ ତଥା ଅସାମାଜିକ ଗୋଷ୍ଠୀ ଗୁଡିକୁ ବ୍ୟବହାର କରିୁଥିବା ଓ ପ୍ରୋତ୍ସାହନ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories