www.samajalive.in
Monday, December 8, 2025
27.1 C
Bhubaneswar

ଶ୍ମଶାନ ପାଲଟିଲା ବିବାହ ଉତ୍ସବ ସ୍ଥଳ; ବିସ୍ଫୋରଣରେ ୬୩ ମୃତ, ୧୮୨ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ବିଳମ୍ବିତ ରାତିରେ ଏକ ବିବାହ ଉତ୍ସବରେ  ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୬୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮୨ ଜଣ ଆହତ ହୋଇଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କ ମୁଖପାତ୍ର ନସରତ୍‌ ରହିମି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଆହତମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଆକ୍ରମଣରେ ତାଲିବାନ ଗୋଷ୍ଠୀ ସମ୍ପୃକ୍ତ ନ ଥିବା ସ୍ପଷ୍ଟ କରିଛି। ଆଫଗାନିସ୍ତାନରେ ବିବାହ ଉତ୍ସବଗୁଡ଼ିକ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ଏଥିରେ ହଜାର ହଜାର ଅତିଥି ଯୋଗଦେଇଥାନ୍ତି। ତେଣୁ ଆତଙ୍କବାଦୀମାନେ ବଡ଼ ଧରଣର ହିଂସା ଘଟାଇବା ଲାଗି ବିବାହ ଉତ୍ସବକୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ବିବାହ ଉତ୍ସବରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହୁ ନ ଥିବାରୁ ଆତଙ୍କବାଦୀଙ୍କ ପାଇଁ ଆକ୍ରମଣ କରିବା ସହଜ ହୋଇଥାଏ।

- Advertisement -

ବିବାହ ଉତ୍ସବରେ ପରମ୍ପରା ଅନୁସାରେ ପୁରୁଷମାନେ ମହିଳା ଏବଂ ପିଲାଙ୍କଠାରୁ ଅଲଗା ରହିଥାନ୍ତି। ଜଣେ ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ଫରହାଗ କହିଛନ୍ତି, ସେ ମହିଳା ଓ ପିଲାମାନଙ୍କ ଗୋଷ୍ଠୀରେ ଥିବାବେଳେ ବିସ୍ଫୋରଣ ଘଟିଥିଲା। ସମସ୍ତେ ବଡ଼ ପାଟିରେ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ। ଘଟଣାସ୍ଥଳ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଉତ୍ସବ ସ୍ଥଳ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଧୂଆଁମୟ ରହିଥିଲା। ପୁରୁଷମାନେ ରହିଥିବା ସେକ୍ସନରେ ଏହି ବିସ୍ଫୋରଣ ଘଟିଥିଲା। ସେଠାରେ ଥିବା ଅଧିକାଂଶ ପୁରୁଷଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories