www.samajalive.in
Thursday, December 11, 2025
23.1 C
Bhubaneswar

କିଟ୍‌ରେ ନୂତନ ଶିକ୍ଷାନୀତି ଆନ୍ତର୍ଜାତିକ ୱେବିନାର

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍‌ଯାପିତ ହୋଇଯାଇଛି। ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାର୍‌କୁ ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କ କହିଥିଲେ ଯେ, ଶିକ୍ଷାନୀତି ୨୦୨୦ ହେଉଛି ଛାତ୍ରକୈନ୍ଦ୍ରୀକ ନୀତି। ବିଭିନ୍ନ ସ୍ତରରେ ବ୍ୟାପକ ଆଲୋଚନା ପରେ ନୂତନ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରାକ୍‌ ଶୈଶବ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି। ୱେବିନାରରେ ଅଂଶଗ୍ରହଣ କରି ନୀତି ଆୟୋଗର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଲେ, ନୂତନ ଶିକ୍ଷାନୀତି ଆମକୁ ଦକ୍ଷତାର ସୁଫଳ ପାଇବାରେ ସହାୟକ ହେବା ସହ ଶତତ ବିକାଶ ଲକ୍ଷ୍ୟ ହାସଲରେ ସହାୟକ ହେବ। ଶିକ୍ଷାନୀତି ଉପରେ ଆଲୋକପାତ କରି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ କହିଲେ, ଛାତ୍ରଛାତ୍ରୀଙ୍କୁ ଭାରତର ଇତିହାସ ଓ ସଂସ୍କୃତି ସହ ଜଡ଼ିତ ରଖି ନୂତନ ଶିକ୍ଷାନୀତି ସେମାନଙ୍କୁ ବିଶ୍ୱ ନାଗରିକରେ ପରିଣତ କରିପାରିବ ବୋଲି କହିଥିଲେ। ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍‌ ଡି. ସହସ୍ରବୁଦ୍ଧେ ନୂତନ ଶିକ୍ଷାନୀତିକୁ ଗେମ୍‌ ଚେଞ୍ଜିଂ ନୀତି ଭାବେ ଅଭିହିତ କରିଥିଲେ। ହାଇଦ୍ରାବାଦ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.ଭି. କଟ୍ଟିମଣୀ ନୂତନ ଶିକ୍ଷାନୀତିରେ ମାତୃଭାଷା ଓ ଦକ୍ଷତା ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କିଟ୍‌ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ ନୂତନ ଶିକ୍ଷାନୀତି ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ। ନୂତନ ଶିକ୍ଷାନୀତିକୁ ଏକ ଗଣତାନ୍ତ୍ରିକ, ଛାତ୍ର କୈନ୍ଦ୍ରୀକ ଏବଂ ଦୂରଦୃଷ୍ଟି ସଂପନ୍ନ ନୀତି ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡ. ପଙ୍କଜ ମିତ୍ତଲ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍‌ କ୍ୱାଲିଟି ଆସୁରାନ୍‌ସ ନିର୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories