www.samajalive.in
Monday, December 8, 2025
27.1 C
Bhubaneswar

ଧଳା ଚାଦରର ଆସ୍ତରଣରେ ସାରା ରାଜ୍ୟ

ଭୁବନେଶ୍ୱର : ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଏହାସହ ପ୍ରାୟ ୮ଟି ଜିଲାକୁ ଘନ କୁହୁଡ଼ି ପାଇଁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସୁନ୍ଦରଗଡ, କେନ୍ଦୁଝର, ମାଲକାନଗିରି, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, କଳାହାଣ୍ଡି, କୋରାପୁଟକୁ ୱାର୍ଣ୍ଣି ଜାରି କରାଯାଇଛି। ଉପକୂଳବାସୀଙ୍କୁ ମଧ୍ୟ ଏହି କୁହୁଡ଼ିରୁ ନିସ୍ତାର ନାହିଁ। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଓ ଭଦ୍ରକରେ ମଧ୍ୟ ଘନ କୁହୁଡ଼ିର ସମ୍ଭାବନା ରହିଛି। ତାପମାତ୍ରା ୧ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ପାଇଥିବା ସହ ପାଗ ଶୁଖିଲା ରହିବ। ଦିନ ୧୦ଟା ଯାଏଁ କୁହୁଡ଼ି ରହିବା ସହ ପରେ ଏହା ଦୂର ହୋଇଯିବ। ଘନ କୁହୁଡ଼ି କାରଣରୁ ଗମନାଗମନରେ ବାଧା ସୃଷ୍ଟି ହେବା ସହ କେତେକ ସ୍ଥାନରେ ରାସ୍ତା କଡ଼ରେ ଯାନ ଅଟକି ରହିଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories