www.samajalive.in
Sunday, December 7, 2025
15.1 C
Bhubaneswar

ଜଟଣି ପୌରାଞ୍ଚଳରେ ରାସ୍ତା ଉପରେ ଜମୁଛି ଆଣ୍ଠୁଏ ପାଣି

ଭୁବନେଶ୍ୱର: ଜଟଣି ପୌରାଞ୍ଚଳରେ ଥିବା ରାସ୍ତାଘାଟ ମରାମତି ଏବଂ ଜଳ ନିଷ୍କାସନ ଦିଗରେ ପୌରସଂସ୍ଥା କର୍ତ୍ତୃପକ୍ଷ ଉପଯୁକ୍ତ ଧ୍ୟାନ ଦେଉନଥିବାରୁ ସହର ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସରାଏ ବର୍ଷା ହେଲେ ରାମଚନ୍ଦ୍ରପୁର ବଜାରର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ମୁଖ୍ୟ ରାସ୍ତା ଉପରେ ଦିନ ଦିନ ଧରି ପାଣି ଜମି ରହୁଛି । ରାସ୍ତାରୁ ଜଳ ନିଷ୍କାସନ କରିବାକୁ ସ୍ଥାନୀୟ ବାସିନ୍ଦା ବହୁବାର ପୌର କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ଖୋର୍ଦ୍ଧା ଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେଥିରୁ କିଛି ସୁଫଳ ମିଳୁନାହିଁ । ସେମାନେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ମଧ୍ୟ ଅବଗତ କରାଇଛନ୍ତି । ତଥାପି ଏହି ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଦିନ ଦିନ ଧରି ପାଣି ଜମି ରହୁଥିବାରୁ ମଶାବଂଶ ବୃଦ୍ଧିପାଉଛି । ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗ, ମେଲେରିଆ ଭଳି ମଶାବାହିତ ରୋଗ ବ୍ୟାପୁଥିବାବେଳେ ରାସ୍ତାରୁ ଜଳ ନିଷ୍କାସନ ବ୍ୟବସ୍ଥା କରି ଏଭଳି ମାରାତ୍ମକ ରୋଗରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ଜନସାଧାରଣ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories