www.samajalive.in
Tuesday, December 9, 2025
16.1 C
Bhubaneswar

ସାକ୍ଷୀଗୋପାଳ ଶାଖା କେନାଲରେ ଘାଇ; ଶହେ ହେକ୍ଟର ଧାନଜମି ଜଳମଗ୍ନ

ସୁଆଣ୍ଡୋ: କେନାଲରେ ଘାଇ ହୋଇ ପ୍ରାୟ ଶହେ ହେକ୍ଟର ଧାନଜମି ଜଳମଗ୍ନ ହୋଇଯାଇଛି। ପୁରୀ ଜିଲା ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲର ଭାଲୁ ବଜାରଠାରୁ ପାଣି ଭଣ୍ଡାର ବ୍ରିଜ ମଧ୍ୟରେ ରାୟଚକ୍ରଧରପୁର ଗ୍ରାମ ପଟକୁ କେନାଲ ବନ୍ଧ ଭାଙ୍ଗିଯିବାରୁ ପ୍ରାୟ ଶହେ ହେକ୍ଟର ଧାନଜମି ଜଳମଗ୍ନ ହୋଇଛି। ଏଥିଯୋଗୁ ସାରଙ୍ଗଯୋଡି ପଞ୍ଚାୟତର ହାଟସାହି, ବାଲିସାହି ପାଟଣା, ମୁଦୁଲିସାହି, ରାୟଚକ୍ରଧରପୁର, ବିଶ୍ୱନାଥପୁର ପଞ୍ଚାୟତର ଛମାଣ ସାହି, ବାଲିସାହି ପାଟଣା ଓ ଠାକୁରମା ପାଟଣା ପ୍ରଭୃତି ଗ୍ରାମର ଧାନଜମି ଜଳମଗ୍ନ ହୋଇଛି। ଚାଷୀମାନେ ସ୍ୱଳ୍ପ ବର୍ଷା ପାଣିରେ ଯେତିକି ଜମି କଷ୍ଟରେ ଧାନ ରୋଇଥିଲେ ତାହା ସବୁ ପାଣିରେ ବୁଡିଗଲା। ପାଣି ଛାଡିବା ପରେ ଧାନଗଛ ପଚିଯିବାର ସମ୍ଭାବନା ରହିଛି ବୋଲି ଚାଷୀମାନେ କହୁଛନ୍ତି। ସ୍ଥାନୀୟ ସରପଞ୍ଚ ଜ୍ୟୋତିର୍ମୟୀ ରଥ ଓ ସାକ୍ଷୀଗୋପାଳ ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଦୁଇଦିନ ମଧ୍ୟରେ କେନାଲ ବନ୍ଧ ମରାମତି କାମ ସାରିବା ପାଇଁ ସାକ୍ଷୀଗୋପାଳ ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ସରପଞ୍ଚ ଜ୍ୟୋତିର୍ମୟୀ ରଥ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories