www.samajalive.in
Monday, December 8, 2025
17.1 C
Bhubaneswar

ମହଙ୍ଗା ହେବ ଟିଭି ଦେଖିବା, ପ୍ରତି ମାସ ଖର୍ଚ୍ଚ କରିବାକୁ ପଡ଼ିବ ୩୦୦ ଟଙ୍କାରୁ ଅଧିକ

ନୂଆଦିଲ୍ଲୀ : ଏଣିକି ଟିଭି ଦେଖିବା ବ୍ୟୟବହୁଳ ହେବ। କାରଣ ସମସ୍ତ ମାଗଣା ଚ୍ୟାନେଲକୁ ଦେୟ ଚ୍ୟାନେଲ (ପେ’ ଚ୍ୟାନେଲ) କରିବା ପାଇଁ ଦେଶର ପ୍ରମୁଖ ବ୍ରଡକାଷ୍ଟିଂ କମ୍ପାନୀଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଟିଭିର ସାଧାରଣ ପ୍ୟାକେଜ ଦେଖିବା ପାଇଁ ଅତି କମ୍‍ରେ ୩୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଏହି ନିଷ୍ପତ୍ତି ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ନିର୍ଦେଶ ବିରୋଧୀ ବୋଲି କୁହାଯାଉଛି।

ଉଲ୍ଲେଖ ଯେ ଟ୍ରାଇ ଗତ ବର୍ଷ ଡିସେମ୍ବର ୨୭ରେ ସବୁ ଡିଟିଏଚ୍‍ କମ୍ପାନୀଗୁଡ଼ିକୁ ୧୩୦ ଟଙ୍କାରେ ୧୦୦ ଚ୍ୟାନେଲ ଦେଖାଇବାକୁ ନିର୍ଦେଶ ଜାରି କରିଥିଲା। ଏହି ଚ୍ୟାନେଲଗୁଡ଼ିକ ମଧ୍ୟରେ ଦେଶବ୍ୟାପୀ ସର୍ବାଧିକ ଦେଖାଯାଉଥିବା ଚ୍ୟାନେଲଗୁଡ଼ିକ ବି ଅନ୍ତର୍ଭୁକ୍ତ ଥିଲେ। ଟ୍ରାଇର ଏହି ନିର୍ଦେଶ ବିରୋଧରେ ଷ୍ଟାର ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏପଟେ ସୋନି, ଜି, ୱାୟକୋମ-୧୮ ଏବଂ ଷ୍ଟାର ନିଜର ସମସ୍ତ ମାଗଣା ଚ୍ୟାନେଲ (ଫ୍ରି ଟୁ ଏୟାର ବା ଏଫଟିଏ) ଚ୍ୟାନେଲଗୁଡ଼ିକୁ ଦେୟ ବା ପେ’ ଚ୍ୟାନେଲରେ ପରିବର୍ତ୍ତିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ୟାକେଜ୍‍ (ବେସିକ୍‍ ପ୍ୟାକେଜ)ରେ ୧୦୦ ଚ୍ୟାନେଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ଟ୍ରାଇ କହିଥିଲା। କିନ୍ତୁ ବ୍ରଡକାଷ୍ଟିଂ କମ୍ପାନୀଗୁଡ଼ିକ ନିଜ ମାଗଣା ଚ୍ୟାନେଲ ଗୁଡ଼ିକୁ ପେ’ ଚ୍ୟାନେଲ କରିବା ଦ୍ୱାରା ଏହା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।

- Advertisement -

ବ୍ରଡକାଷ୍ଟିଂ କମ୍ପାନୀଗୁଡ଼ିକ କହିଛନ୍ତି ଯେ ମାଗଣା ଚ୍ୟାନେଲ ଦେଖିବାକୁ ମିଳୁଥିବାରୁ ଲୋକେ ଅନ୍ୟ ଚ୍ୟାନେଲ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପସନ୍ଦ କରୁନାହାନ୍ତି। ଫଳରେ ବ୍ରଡକାଷ୍ଟିଂ କମ୍ପାନୀଗୁଡ଼ିକର ରାଜସ୍ୱ ହ୍ରାସ ପାଉଛି। ତେଣୁ ନିଜର ରାଜସ୍ୱ ବୃଦ୍ଧି ପାଇ ଏଫଟିଏ ଚ୍ୟାନେଲଗୁଡ଼ିକୁ ଦେୟ ଚ୍ୟାନେଲରେ ପରିବର୍ତ୍ତିତ କରିବା ପାଇଁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଟିଭି ବ୍ରଡକାଷ୍ଟିଂ କମ୍ପାନୀଗୁଡ଼ିକର ଏଭଳି ନିଷ୍ପତ୍ତି ଯୋଗୁଁ ଏବେ ଗ୍ରାହକଙ୍କୁ ବେସିକ୍‍ ପ୍ୟାକେଜରେ କେବଳ ମାଗଣାରେ ଦୂରଦର୍ଶନ ଦେଖିବାକୁ ମିଳିବ। ଅର୍ଥାତ ଦୂରଦର୍ଶନର ୨୬ଟି ଚ୍ୟାନେଲକୁ ଦର୍ଶକ ମାଗଣାରେ ଦେଖିପାରିବେ। ବାକି ଚ୍ୟାନେଲ ଦେଖିବା ପାଇଁ ଲୋକଙ୍କୁ ଅନ୍ୟୁନ୍‍ ୩୫୦ରୁ ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଉଲ୍ଲେଖ ଯେ ଏବେ ୧୦୦ ଚ୍ୟାନେଲର ବେସିକ୍‍ ପ୍ୟାକେଜ ପାଇଁ ଲୋକଙ୍କୁ ୧୩୦ରୁ ୨୦୦ ଟଙ୍କା ଓ ସମସ୍ତ ଚ୍ୟାନେଲ ଦେଖିବା ପାଇଁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଯଦି ଲୋକେ ଏଚ୍‍ଡି ଚ୍ୟାନେଲ ଦେଖିବାକୁ ଚାହିଁବେ ସେହି ଅନୁସାରେ ଖର୍ଚ୍ଚ ବଢିବ। ଏଣିକି ଏଚ୍‍ଡି ଚ୍ୟାନେଲ ପାଇଁ ମାସକୁ ୧୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବ କେବୁଲ ଅପରେଟରଙ୍କ ଉପରେ ପଡ଼ିବ ଓ କେବୁଲ କମ୍ପାନୀଗୁଡ଼ିକ ମଧ୍ୟ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories