www.samajalive.in
Monday, December 8, 2025
20.1 C
Bhubaneswar

ଶରୀରର ଓଜନ ନିୟନ୍ତ୍ରିତ କରିଥାଏ ଅଖରୋଟ୍

ଅଖରୋଟ (ୱାଲନଟ) ଶରୀର ପାଇଁ ଲାଭଦାୟକ। ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ଅଟେ। ଅଖରୋଟରେ ଅନେକ ପୋଷକ ତତ୍ତ୍ବ ରହିଛି। ଏହାସହ ଅଖରୋଟରେ ଓମେଗା-୩, ଫ୍ୟାଟି ଏସିଡ, ସେଲିନିୟମ, ଆଇରନ, ଜିଙ୍କ, ଭିଟାମିନ, କ୍ୟାଲସିୟମ ରହିଛି। ଏହି ସମସ୍ତ ପୋଷକ ତତ୍ତ୍ବ ଶରୀରରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରି ରଖିଥାଏ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମଧୁମେହ ଟାଇପ-୨ ହୋଇଥିଲେ ଅଖରୋଟ ଖାଇବା ଦ୍ବାରା ଲାଭ ମିଳିଥାଏ। ମଧୁମେହରେ ପୀଡିତ ଥିବା ବ୍ୟକ୍ତି ପ୍ରତିଦିନ ଅଖରୋଟ ଖାଇବା ଦ୍ବାରା ଉପଶମ ମିଳିଥାଏ। ଏହା ଶରୀରରେ ରକ୍ତ ଧମନୀକୁ ପ୍ରଭାବିତ କରିଥାଏ। ମଧୁମେହ ରୋଗୀଙ୍କ ଶରୀରରେ ଇନସୁଲିନର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।
ଆସନ୍ତୁ ଜାଣିବା ଅଖରୋଟ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..
ଓଜନ ନିୟନ୍ତ୍ରଣ କରିବା ପାଇଁ :
ଅଖରୋଟରେ ଅଧିକ ମାତ୍ରାରେ ଫାଇବର ଥିବାରୁ ତାହା ଆପଣଙ୍କ ପେଟକୁ ପୁରିଲା ପରି ରଖିଥାଏ। ଏହାଦ୍ବାରା ଆପଣଙ୍କୁ ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇ ନ ଥାଏ। ଏହା ଶରୀରରେ ଚର୍ବିକୁ କମ୍ କରିବାରେ ସହାୟକ ହୋଇଥାଏ। ଯାହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ।
ହାଡ ଶକ୍ତ ହୋଇଥାଏ :
ଅଖରୋଟରେ କ୍ୟାଲସିୟମ ଓ ଉତ୍ତମ ଫ୍ୟାଟି ଏସିଡ ରହିଛି। ଏହା ଖାଇବା ଦ୍ବାରା ହାଡ ଶକ୍ତ ହୋଇଥାଏ। ଏହାସହ ମାଂସପେଶୀୟକୁ ଶକ୍ତି ମିଳିଥାଏ।
ମୁହଁ ପାଇଁ :
ଅଖରୋଟରେ ଭିଟାମିନ-ଇ ଓ ଫୋଲେଟ ରହିଛି। ଏହା ମୁହଁର ଦାଗ ଦୂର କରିଥାଏ। ଏହାଦ୍ବାରା ମୁହଁରେ ଚମକ ଆସିବା ସହ ଦାଗ ହୋଇନଥାଏ।
ସୁସ୍ଥ ହୃଦୟ ପାଇଁ :
ଅଖରୋଟରେ ଉତ୍ତମ ଫ୍ୟାଟ ଓ ଓମେଗା-୩, ଫ୍ୟାଟି ଏସିଡ ରହିଛି। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାର୍ୟ୍ୟ କରିଥାଏ। ପ୍ରତିଦିନ ୨୫ଗ୍ରାମ ଅଖରୋଟ ଖାଇବା ଦ୍ବାରା ହୃଦୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ।
କେଶ ପାଇଁ :
ଅଖରୋଟରେ ଥିବା ଫାଇବର, ଭିଟାମିନ ଓ ମିନେରାଲସ୍ କେଶରେ ହେଉଥିବା ସମସ୍ୟା – କେଶ ଝଡିବା, ରୂପି ହେବା, କୁଣ୍ଡାଇ ହେବାରୁ ରକ୍ଷା କରିଥାଏ। କେଶ ଦୁଇ ମୁହାଁ ହୋଇ ଯାଉଥିଲେ ଏହା ସେଥିରୁ ରକ୍ଷା କରିଥାଏ। ଅଖରୋଟ ଖାଇବା ଦ୍ବାରା କେଶର ବିକାଶ ଠିକ୍ ଭାବେ ହୋଇଥାଏ।
କୋଲେଷ୍ଟ୍ରଲ :
ଅଖରୋଟରେ ଫାଇବର ଓ ଓମେଗା-୩ ଫ୍ୟାଟି ଏସିଡ ଥିବାରୁ ତାହା କୋଲେଷ୍ଟ୍ରଲକୁ କମ କରିବାରେ ସହାୟକ ହୋଇଥାଏ। ଏହାସହ କୋଲେଷ୍ଟ୍ରଲର ଲକ୍ଷଣକୁ କମ୍ କରିଥାଏ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories