www.samajalive.in
Sunday, December 7, 2025
13.1 C
Bhubaneswar

ଭୟଭୀତ ହୁଅନ୍ତୁ ନାହିଁ, ସତର୍କ ରୁହନ୍ତୁ : ୫ଟି ସଚିବ

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି।
ଶନିବାର ମୁଖ୍ୟମନ୍ତ୍ରୀଙ୍କ ୫ଟି ଭି.କେ.ପାଣ୍ଡିଆନ୍‍ ଗଞ୍ଜାମ ଜିଲାର ସବୁ ସରପଞ୍ଚଙ୍କ ସହ ଆଲୋଚନା ସମୟରେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଛନ୍ତି। ସେ କହିଛନ୍ତି ଯେ କରୋନା ପଜିଟିଭ୍‍ ବାହାରିଥିବା ସବୁ ସୁରତ୍‍ ଫେରନ୍ତା କ୍ୱାରେଣ୍ଟାଇନ୍‍ରେ ହିଁ ଅଛନ୍ତି। ତେଣୁ ଜନସାଧାରଣ ଭୟଭୀତ ହେବା ଉଚିତ ନୁହେଁ, କିନ୍ତୁ ସତର୍କ ରହିବା ଜରୁରୀ। ବର୍ତ୍ତମାନ ସମୟରେ କ୍ୱାରେଣ୍ଟାଇନ୍‍ ସେଣ୍ଟର ପରିଚାଳନାରେ ସରପଞ୍ଚମାନେ ସେମାନଙ୍କ ନେତୃତ୍ୱର ପରାକାଷ୍ଟା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ କହିଛନ୍ତି।
କ୍ୱାରେଣ୍ଟାଇନ୍‍ ସେଣ୍ଟରରେ ବଡ଼ ଅନୁଶାସନର ଆବଶ୍ୟକତା ରହିଛି। ଯାହା କରୋନା ଯୁଦ୍ଧରେ ଆମ ସଫଳତା ବା ବିଫଳତା ନିର୍ଭର କରୁଛି। ଏ ଦିଗରେ ସରପଞ୍ଚମାନଙ୍କର ବିଶେଷ ଭୂମିକା ରହିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଦେଇଛନ୍ତି। ବିକାଶଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଜନା ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସରପଞ୍ଚମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି। କିନ୍ତୁ କରୋନା ଯୁଦ୍ଧରେ ସରପଞ୍ଚଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଗ୍ରାମବାସୀମାନେ ସେମାନଙ୍କୁ ସବୁଦିନ ପାଇଁ ମନେରଖିବେ। କରୋନାକୁ ଗାଁରେ ପ୍ରବେଶ କରାଇ ଦେଇ ନଥିବା ସରପଞ୍ଚମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ଓ କର୍ତ୍ତବ୍ୟ ପରାୟଣତା ପାଇଁ ଗ୍ରାମବାସୀମାନେ ଆନ୍ତରିକ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ। କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ଶୃଙ୍ଖଳା ରଖିବାରେ ସରପଞ୍ଚମାନଙ୍କ ବଡ଼ ଭୂମିକା ରହିଛି। କିନ୍ତୁ କରୋନା ବିରୋଧୀ ଲଢ଼େଇର ପରିଣାମ ଏହା ଉପରେ ନିର୍ଭର କରୁଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories