www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତା କାଲିଠୁ ଭିମସାରରେ କରୋନା ପରୀକ୍ଷା – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ବୁର୍ଲା : ବର୍ତ୍ତମାନର କରୋନା ଭୟାବହତାକୁ ତଥା କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ନେଇ ବୁର୍ଲା ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଠାରୁ ଭିମସାରରେ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକାରୀ ହୋଇ କରୋନା ପରୀକ୍ଷା କରାଯିବ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବୋଲି ସୂଚନା ଦେଇଛନ୍ତି।

ସମୁଦାୟ ଗୋଟିଏ ସିଫ୍ଟରେ ୪୫ ଜଣ କରୋନା ସନ୍ଦିଗ୍ଧ ରୋଗୀଙ୍କ ପରୀକ୍ଷା କରାଯାଇ ପାରିବ ଏବଂ ଦୁଇଟି ସିଫ୍ଟରେ ୯୦ ଜଣଙ୍କ କରୋନା ପରୀକ୍ଷା ସମ୍ଭବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି। ଆଗକୁ ମଧ୍ୟ ଏହି ପରୀକ୍ଷା ମାତ୍ରାକୁ ବୃଦ୍ଧି କରାଯିବ। ଏହା ସହିତ ଚିକିତ୍ସାରତ ଡ଼ାକ୍ତରଙ୍କ ସୁବିଧା ପାଇଁ ମଧ୍ୟ ଆବଶ୍ୟକସ୍ଥଳେ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

- Advertisement -

ସେପଟେ ସମ୍ବଲପୁର ଜିଲ୍ଲା ଡ଼ାକ୍ତରଖାନାକୁ କୋଭିଡ଼-୧୯ ହସ୍ପିଟାଲ କରାଯିବା ପ୍ରସଙ୍ଗକୁ ନେଇ ଏକ ଜନସ୍ୱାର୍ଥ ମାମଲା ନ୍ୟାୟାଳୟରେ ରହିଥିବାରୁ ଏହା ଉପରେ କିଛି ବି ମନ୍ତବ୍ୟ ସେ ଦେଇ ପାରିବେ ନାହିଁ ବୋଲି କହି ମନ୍ତ୍ରୀ କଥାକୁ ଟାଳି ଦେଇଥିଲେ। ଏହା ସହିତ ସାମ୍ବାଦିକ ସମ୍ମିଳନିରେ ଦୁଇଟି ଆରଟି-ପିସିଆର କୋଭିଡ଼ ରକ୍ତନମୁନା ପରୀକ୍ଷା ଆସନ୍ତାକାଲି ରବିବାର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି। ଆବଶ୍ୟକସ୍ଥଳେ ଆହୁରି ଦୁଇଟି ଆରଟି-ପିସିଆର ମେସିନ ବ୍ୟବସ୍ଥା କରାଯିବା ଉପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚିତ କରିଥିଲେ। ଏହା ସହିତ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭିମସାରର କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ବିଷୟରେ ଦର୍ଶାଇଥିଲେ।

କୋଭିଡ଼-୧୯ମୁକାବିଲା କ୍ଷେତ୍ରରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ଏବଂ ପାରାମେଡ଼ିକାଲ ଷ୍ଟାଫ୍ ପଦବୀ ମଞ୍ଜୁର କରିବା ସହ ତା ମଧ୍ୟରୁ ଜରୁରୀ ଆବଶ୍ୟକତା ପୂରଣ କରାଯିବା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରହିଥିବା ନେଇ ମନ୍ତ୍ରୀ କହିଥିଲେ। ଏହା ସହିତ କୋଭିଡ଼ ହସ୍ପିଟାଲ ଚିକିତ୍ସା ପାଇଁ ମେଡ଼ିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ୬୦୦ ଜଣ ଫାର୍ମାସିଷ୍ଟ, ୧୦୦୦ଟି ଲାବାରାଟୋରୀ ଟେକନିସିଆନ, ୨୦୦ଟି ରେଡ଼ିଓଗ୍ରାଫର ପଦବୀ ପୂରଣ ନିମନ୍ତେ ମଞ୍ଜୁର କରାଯାଇଥିବା ଏବଂ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ୬୦୦ଜଣ ସେବିକା ପଦବୀ ସୃଷ୍ଟି କିରି ତାକିୁ ପୁରଣ କରାଯିବା ଦିଗରେ ପଦକ୍ଷେପ ନିଆଯାଇଥିବା ବ୍ୟକ୍ତ କରିଥିଲେ। ଏହା ସହିତ କଟକ ଆଚାର୍ଯ୍ୟ ହରିହର ନିମନ୍ତେ ଆବଶ୍ୟକୀୟ ୧୨୯୫ ଜଣ ଷ୍ଟାପ ନର୍ସ ମଞ୍ଜୁର ହୋଇଥିବା, ୧୨୯୫ ମଧ୍ୟରୁ ୨୨୦ ଜଣ ଭିମସାର ବୁର୍ଲାର ୧୧ଟି ସୁପର ସ୍ପେସିଆଲିଟି ବିଭାଗ ନିମନ୍ତେ ଉଦ୍ଧିଷ୍ଟ ବୋଲି ସୂଚନା ଦେଇଥିଲେ। ୩୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ, ୧୫୮ ଜଣ ଆର୍ୟୁବେଦିକ ମେଡ଼ିକାଲ ଅଫିସର ଏବଂ ୬୬ଜଣ ହୋମିଓପାଥିକ ମେଡ଼ିକାଲ ଅଫିସର ପଦବୀ ପୁରଣ ନିମନ୍ତେ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବ୍ୟକ୍ତ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗରେ ରାଜ୍ୟ ସରକାର ମଞ୍ଜୁରୀପ୍ରାପ୍ତ ୧୪୦୩ଜଣ ଏଲୋପେଥିକ ଡ଼ାକ୍ତରଙ୍କୁ ଗତମାସରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ସେଥିରୁ ୧୦୪୦ ଜଣ ଡ଼ାକ୍ତର ଯୋଗଦାନ କରି ସାରିଥିବା ସୂଚନା ଦେଇଥିଲେ। ଏହାସହିତ ରାଜ୍ୟରେ କୋଭିଡ଼-୧୯ ମୁକାବିଲାପାଇଁ ସମସ୍ତ ହସପିଟାଲ ଓ ମେଡ଼ିକାଲ କଲେଜକୁ ଆବଶ୍ୟକୀୟ ଔଷଧ, ପିପିଇ, ମାସ୍କ, ପରୀକ୍ଷଣ, କିଟ୍ ଏବଂ ଆନୁଷାଙ୍ଗିକ ସରଞ୍ଜାମ ଯୋଗାଇ ଦେବା ପାଇଁ ସରକାର ସଦାସର୍ବଦା ତତ୍ପର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories