www.samajalive.in
Tuesday, December 9, 2025
16.1 C
Bhubaneswar

ଚୀନରେ ପୁଣି ଏକ ଭୂତାଣୁ ସଂକ୍ରମଣ: ୭ ମୃତ

ବେଜିଂ : ଚୀନ୍‌ରେ ପୁଣି ଏକ ଭୂତାଣୁ ସଂକ୍ରମଣ ସାମ୍ନାକୁ ଆସିଛି। ଟିକ୍‌ ବା ଜୀବଜନ୍ତୁଙ୍କ ଶରୀରରୁ ରକ୍ତ ଶୋଷୁଥିବା ଏକପ୍ରକାର କୀଟଜନିତ ଏହି ପାଥୋଜେନ୍‌ ଭୂତାଣୁ (ଟିବିଭି) ସଂକ୍ରମଣରେ ୭ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ୬୦ ଅସୁସ୍ଥ ଥିବା ସୂଚନା ମିଳିଛି। ଚୀନର ପୂର୍ବାଞ୍ଚଳ ଜିଆଂସୁ ଓ ଅନହୁନି ପ୍ରଦେଶରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପିଛି। ଏହାକୁ ନଭେଲ ବୁନିଆାଇରସ୍‌ ବୋଲି କୁହାଯାଉଛି। ଏହାକୁ ସିଭିୟର ଫିଭର ୱିଥ୍‌ ଥ୍ରୋମ୍ବୋସିଟୋଫେନିଆ ସିଣ୍ଡ୍ରମ୍‌ ବା ଏସ୍‌ଏଫ୍‌ଟିଏସ୍‌ ବୋଲି ମଧ୍ୟ କୁହାଯାଉଛି। ଏହାଦ୍ବାରା ଆକ୍ରାନ୍ତ ପ୍ରବଳ କମ୍ପ ସହିତ ଜ୍ବର, ଯନ୍ତ୍ରଣାର ଶିକାର ହେଉଛନ୍ତି। ଆକ୍ରାନ୍ତ ପକ୍ଷାଘାତର ଶିକାର ମଧ୍ୟ ହୋଇଥାଆନ୍ତି। ଟିକ୍ସ ପ୍ରାୟ ୮୩ଟି ଭୂତାଣୁକୁ ପରିବାହିତ କରିଥାଏ। ଡେଙ୍ଗୁ ଭଳି ଏହି ଭୂତାଣୁ ମଶା କାମୁଡ଼ାରେ ବ୍ୟାପିଥାଏ ଏବଂ ମଣିଷ ଶରୀରରୁ ମଣିଷକୁ ମଧ୍ୟ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ବୁଢ଼ିଆଣି ପରି ଏହି ଆଠଗୋଡ଼ିଆ କୀଟ ଘାସ ଓ ବୁଦୁବୁଦିଆ ଜଙ୍ଗଲରେ ଦେଖାଯାଏ। ଏଗୁଡ଼ିକ ଗ୍ରୀଷ୍ମ ଋତୁରେ ଅଧିକ ସକ୍ରିୟ ହୋଇଥାଆନ୍ତି। ବିନା ଖାଦ୍ୟରେ ଏହା ଦୀର୍ଘ କାଳ ବଞ୍ଚିବାର ଦେଖାଯାଏ। ୨୦୦୯ରେ ଏହି କୀଟଜନିତ ଭୂତାଣୁ ସଂକ୍ରମଣ ପ୍ରଥମେ ଚୀନର ହେନାନ ଓ ଅନହୁନି ପ୍ରଦେଶରେ ଠାବ କରାଯାଇଥିଲା। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ବବାସୀଙ୍କୁ ଚେତାଇ ଦିଆଯାଇଥିଲା। ୨୦୧୧ରୁ ୨୦୧୬ ମଧ୍ୟରେ ‘ନେଚର’ ପତ୍ରିକାରେ ଏ ନେଇ ଗବେଷଣାଲବ୍ଧ ବିସ୍ତୃତ ତଥ୍ୟ ପ୍ରକାଶ ପାଇଥିଲା। ଏହି ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୬୭ଟି ଦେଶରେ ଜନତା ସଂକ୍ରମିତ ହୋଇଥିଲେ ଓ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କର ମୃତ୍ୟୁ ହୋଇଥିଲା। ୫୩୬୦ ଲାବୋରେଟୋରୀରେ ପରୀକ୍ଷା ପରେ ଚୀନରେ ଏହି ଭୂତାଣୁ ରହିଥିବା ପ୍ରମାଣିତ ହୋଇଥିଲା। ଏହାର ଟିକା ଉଦ୍‌ଭାବନ ହୋଇ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories