www.samajalive.in
Sunday, December 7, 2025
13.1 C
Bhubaneswar

ବାପାକୁ ଆସିଲା ପୁଲିସର ଫୋନ୍‌- ଶୀଘ୍ର ଟଙ୍କା ପଠାଅ ନହେଲେ ପୁଅ ଗିରଫ ହେବ, ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଅନଲାଇନ୍ ଠକେଇ ମାମଲା ଲଗାତର ଭାବେ ବୃଦ୍ଧି ପାଉଛି। ଏବେ ତ ଏଆଇ ବ୍ୟବହାର କରି ଲୋକମାନେ ନିଜ ପରିବାର ସଦସ୍ୟଙ୍କ କଣ୍ଠସ୍ୱରକୁ ମଧ୍ୟ ନକଲ କରି ଠକାମି କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ନିଜକୁ ପୁଲିସ୍ ବୋଲି କହି ଆଉଜଣେ ବ୍ୟକ୍ତିଙ୍କୁ ଫୋନ୍‌ କଲେ ଏବଂ କହିଲେ ଯେ ଏକ ଦୁଷ୍କର୍ମ ମାମଲାରେ ତାଙ୍କ ପୁଅର ନାଁ ଆସିଛି, ଯଦି ଟଙ୍କା ଦେବେ ତାହେଲେ ତାଙ୍କୁ ଛାଡ଼ି ଦିଆଯିବ।

- Advertisement -

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଫୋନ୍‌ରେ କଥା ହେଉଛନ୍ତି। ଏହି ବ୍ୟକ୍ତିଙ୍କୁ କୁହାଯାଉଛି ଯେ, ଆପଣଙ୍କ ପୁଅର ବୟସ ୧୮-୧୯ ବର୍ଷ, ତା’ର ଅନେକ ବନ୍ଧୁଙ୍କୁ ଦୁଷ୍କର୍ମ ମାମଲାରେ ଜେଲକୁ ପଠାଯାଇଛି। ଆପଣଙ୍କ ପୁଅର ନାମ ମଧ୍ୟ ଏଥିରେ ଆସିଛି। ଆପଣଙ୍କ ପୁଅ ମୋ ପାଖରେ ଅଛି। ବ୍ୟକ୍ତି ଜଣକ ଯଥାଶୀଘ୍ର ଟଙ୍କା ପଠାଇବା ବିଷୟରେ କହୁଛନ୍ତି, କିନ୍ତୁ ଯେଉଁ ବ୍ୟକ୍ତିଙ୍କ ସହ ଏହି ଘୋଟାଲା ଉଦ୍ୟମ କରାଯାଇଥିଲା ସେ ଏହି ପ୍ରକାର ଠକେଇ ବିଷୟରେ ପୂର୍ବରୁ ଜାଣିଥିଲେ। ସେ ହସି ହସି କହିଥିଲେ ଯେ, ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାକୁ ଦଣ୍ଡ ମିଳିବା ଉଚିତ୍। ଏହା ଶୁଣି ଠକାମି କରୁଥିବା ବ୍ୟକ୍ତି କହିଥିଲା ଯେ, ସେ ମୋ ଗୋଡ଼ ତଳେ ପଡ଼ି ଗୁହାରି କରୁଛି, ସେଥିପାଇଁ ମୁଁ ଫୋନ କଲି। କେବଳ ଏତିକି ନୁହେଁ, ଜଣେ ବାଳକ କାନ୍ଦିବାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା, ଯେଉଁଥିରେ ସେ କହୁଥିଲା, ପାପା ମୋତେ ବଞ୍ଚାଅ, ଏମାନେ ମୋତେ ନେଇଯାଉଛନ୍ତି। ପୁଅର ବାପା କିଛି ସମୟ ପରେ ଟଙ୍କା ପଠାଇବାକୁ କହିବାରୁ ସେ ରାଗିଯାଇ ଦୁର୍ବ୍ୟବହାର ଆରମ୍ଭ କରିଥିଲା। ପୁଅର ବାପା ଏହି ପୁରା ବାର୍ତ୍ତାଳାପର ଭିଡିଓ ରେକର୍ଡ କରି ଏହାକୁ ସାମାଜିକ ଗଣମାଧ୍ୟମରେ ଶେୟାର କରି ଲୋକଙ୍କୁ କହିଛନ୍ତି ଯେ, ମୋ ପୁଅର ବୟସ ୧୧ ରୁ ୧୨ ବର୍ଷ ଆଉ ଇଏ ମୋତେ କହୁଛି ମୋ ପୁଅର ବୟସ ୧୮ ବର୍ଷ।

ଏ ପ୍ରକାର ଠକେଇ ବିଷୟରେ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଜଣାଥିଲା, ତେଣୁ ସେ ବଞ୍ଚିଗଲେ। କିନ୍ତୁ ଦେଶରେ ଅନେକ ଲୋକଙ୍କ ପାଖକୁ ଏପରି କଲ୍ ଆସୁଛି। ସତର୍କ ରହିବା ଜରୁରୀ ଏବଂ ଲୋକଙ୍କୁ ଏପରି କଲ୍ ରିସିଭ୍‌ ନ କରିବାକୁ ପରାମର୍ଶ ଦିଆଯାଉଛି। ପ୍ରାୟତଃ ଏହି କଲ୍ ଗୁଡିକ ଭାରତ ବାହାରର ନମ୍ବରରୁ କରାଯାଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories