www.samajalive.in
Tuesday, December 9, 2025
16.1 C
Bhubaneswar

ଜାତିସଂଘ ସାଧାରଣ ପରିଷଦ ସଭାପତିଙ୍କ କାର୍ଯ୍ୟାଳୟରେ ସ୍ଥାନ ପାଇବ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ଫଟୋଚିତ୍ର

ଜେନେଭା: ଜାତିସଂଘ ସାଧାରଣ ପରିଷଦ ସଭାପତିଙ୍କ କାର୍ଯ୍ୟାଳୟରେ ସ୍ଥାନ ପାଇବ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ଫଟୋଚିତ୍ର। ସିକ୍କିମ୍‍ ଡେମୋକ୍ରାଟିକ୍‍ ଫ୍ରଣ୍ଟର ସାଂସଦ ପ୍ରେମ ଦାସ ରାଇଙ୍କ ସହିତ ସାକ୍ଷାତକାର ଅବସରରେ ଜାତିସଂଘ ସାଧାରଣ ପରିଷଦ ସଭାପତି ମାରିଆ ଫର୍ଣ୍ଣାଣ୍ଡା ଏସ୍ପିନୋସା ଏହି ସୂଚନା ଦେଇଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଭଗ୍ନୀ ବିଜୟ ଲକ୍ଷ୍ମୀ ପଣ୍ଡିତ ୧୯୫୩ରେ ପ୍ରଥମ ମହିଳା ଭାବେ ଜାତିସଂଘର ଏହି ମର୍ଯ୍ୟାଦାଜନକ ପଦ ଅଳଂକୃତ କରିଥିଲେ। ମାରିଆଙ୍କ କହିବା ଅନୁଯାୟୀ ସେ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଭାରତର ଗଣତନ୍ତ୍ରକୁ ସେ ସମ୍ମାନ କରନ୍ତି। କେବଳ ସେତିକି ନୁହେଁ ପରିଷଦ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ଲିଖିତ ଏକ ପୁ୍‍ସ୍ତକ ରହିଥିବା ଦେଖାଯାଇଛି। ମାରିଆ ଚତୁର୍ଥ ମହିଳା ଭାବେ ଏହି ପଦରେ ଅଧିଷ୍ଠିତ ହୋଇଛନ୍ତି।
ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କ ପରେ ଜାତିସଂଘ ସାଧାରଣ ପରିଷଦ ସଭାପତି ପଦରେ ଜଣେ ମହିଳା ଅଧିଷ୍ଠିତ ହେବା ପାଇଁ ୧୬ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୬୯ରେ ଏହି ପଦରେ ଦ୍ୱିତୀୟ ମହିଳା ଭାବେ ଲିବେରିଆର ଆଞ୍ଜି ଏଲିଜାବେଥ୍‍ ବ୍ରୁକ୍ସ ଦାୟିତ୍ୱ ଗ୍ରହଣ କରିଥିଲେ। ତା ପରେ ପୁଣି ୩୭ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୦୬ରେ ବାହାରିନ୍‍ର ସେଖ୍‍ ହାୟା ରଶିଦ୍‍ ଅଲ ଖଲିଫା ସଭାପତି ଭାବେ ନିଯୁକ୍ତ ହୋଇଥିଲେ। ୧୨ ବର୍ଷ ପରେ ୨୦୧୮ରେ ପୁଣି ଥରେ ଜଣେ ମହିଳାଙ୍କୁ ଏହି ପଦଭାର ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories