www.samajalive.in
Monday, December 8, 2025
20.1 C
Bhubaneswar

ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍ପତି, କାମ ଦେଲାନି ଆରଜେଡିର ବିରୋଧ

ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ଦିନ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ। ଏ ନେଇ ମହାମେଣ୍ଟର ବିଧାୟକମାନେ ନିର୍ବାଚନ ପ୍ରକ୍ରିୟାରେ ଗୁପ୍ତ ମତଦାନ ପାଇଁ ଆବେଦନ କରିଥିଲେ। ତେବେ ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ୧୨୬ ଏବଂ ମହାମେଣ୍ଟ ପ୍ରାର୍ଥୀ ୧୧୪ ଭୋଟ୍ ପାଇଛନ୍ତି। ଫଳାଫଳ ପରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବିହାରରେ ପାଞ୍ଚ ଦଶନ୍ଧି ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

- Advertisement -

ଆଜି ବାଚସ୍ପତି ନିର୍ବାଚନ ପୂର୍ବରୁ ତେଜସ୍ୱୀ ଯାଦବ ଗୃହରେ ଅଭିଯୋଗ କରିଥିଲେ ଯେ ଆଜି ସମଗ୍ର ଦେଶ ଦେଖୁଛି ଯେ ଖୋଲାଖୋଲି ଭାବେ ଚୋରି ଚାଲିଛି ତେଣୁ ଯଦି ଏପରି ଗୃହ ଚାଲିବ ତେବେ ଆମକୁ ବାହାର କରିଦିଅନ୍ତୁ। ଯେଉଁମାନେ ବିଧାନସଭାର ସଦସ୍ୟ ନୁହଁନ୍ତି ସେମାନେ ମତଦାନ ସମୟରେ ଉପସ୍ଥିତ ନ ରୁହନ୍ତୁ ବୋଲି ତେଜସ୍ୱୀ ଦାବି କରିଥିଲେ। ଗୃହରେ ମତଦାନ ସମୟରେ ଏନଡିଏ ବିଧାୟକମାନେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ନୀତୀଶ କୁମାର ମଧ୍ୟ ଗୃହରେ ଉପସ୍ଥିତ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories