ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧାର ତାଳଚେର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। କଟକ ଭିଜିଲାନ୍ସ ଶାଖାରେ ଚନ୍ଦ୍ରମଣିଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି ସ୍ଥାନରେ ଚଢାଉ ଜାରିରହିଛି। ଚନ୍ଦ୍ରମଣିଙ୍କ ତାଳଚେରସ୍ଥିତ ଅଫିସ, ଢେଙ୍କାନାଳ ସହରର ଟାଉନ ପ୍ଲାନିଙ୍ଗସ୍ଥିତ ବାସଭବନ,ଷ୍ଟେସନ ବଜାର ସ୍ଥିତ ଘର,ମହାବିର ବଜାରସ୍ଥିତ ଶ୍ୱଶୁର ଘର , ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ଚଢାଉ ଚାଲିଛି।
Popular Categories



